Below header

ଟେକ୍ନୋଲୋଜିରେ ଚୀନକୁ କଡା ଜବାବ, 5G ନେଟୱାର୍କ କ୍ଷେତ୍ରରେ ଭାରତ ସହ କାମ କରିବେ ଏହି ଦୁଇ ଦେଶ

ଭାରତ, ଇସ୍ରାଏଲ, ଆମେରିକା ମିଳିତ ଭାବେ ଇଣ୍ଟରନେଟ ବିକାଶ କ୍ଷେତ୍ରରେ ଚେଷ୍ଟା ଆରମ୍ଭ କରି ଦେଇଛନ୍ତି । ଭାରତର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି, ଏହି ତିନି ରାଷ୍ଟ୍ର ୫ ଜି କ୍ଷେତ୍ରରେ ମିଳିତ ଭାବେ କାମ କରିବା ଆରମ୍ଭ କରିଦେଇଛନ୍ତି । ଭବିଷ୍ୟତରେ ଯେମିତି ଏହି ତିନି ରାଷ୍ଟ୍ର ଏକ ଉତ୍ତମ ୫ ଜି ନେଟୱର୍କର ଲାଭ ଉଠାଇ ପାରିବେ ସେ ନେଇ ଜୋର ଶୋର ଲାଗିପଡିଛନ୍ତି । ଜାରି ହୋଇଥିବା ସୂଚନାରୁ ଜଣାଯାଇଛିକି, ୨୦୧୭ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ସମୟରେ ଏହାକୁ ନେଇ ଭାରତ ଓ ଇସ୍ରାଏଲ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଯାହା ଆଧାରରେ ହିଁ ଏହି ତିନି ରାଷ୍ଟ୍ର କାମ ଆରମ୍ଭ କରିଛନ୍ତି ।

ଏହାକୁ ନେଇ ତିନି ରାଷ୍ଟ୍ରର ପ୍ରତିନିଧିଙ୍କୁ ନେଇ ଏକ ବୈଠକ ମଧ୍ୟ ଆୟୋଜିତ ହୋଇଥିଲା । ଆମେରିକା ତରଫରୁ ପ୍ରତିନିଧିତ୍ବ କରିଥିବା, ଉପ ପ୍ରଶାସକ ଗ୍ଲୀକ କହିଛନ୍ତିକି, ୫ ଜି ନେଟୱର୍କକ ଉପରେ ତିନି ରାଷ୍ଟ୍ର ମିଳିତ ଭାବେ କାମ କରିବା ପୁରା ବିଶ୍ୱରେ ଏକ ବିରଳ ଘଟଣା । ୫ଜି ନେଟୱର୍କ କାର୍ଯ୍ୟକାରୀ ହେଲେ ଭାରତରେ ଇଣ୍ଟରନେଟ ସ୍ପୀଡ ଅନେକ ଗୁଣା ବଢିବା ସହିତ ଏହାକୁ ନେଇ ଥିବା ସମସ୍ୟା ଦୂର ହେବା ନେଇ ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.