ଫେସବୁକ, ଟ୍ଵିଟର ଭଳି ଆପ୍‌ ପାସଓ୍ଵାର୍ଡ ମନେ ରଖିବାରେ ଅସୁବିଧା ହେଉଛି କି? ଆଜି ହିଁ ଡାଉନଲୋଡ କରନ୍ତୁ ଏହିସବୁ ସୁରକ୍ଷିତ ଆପ୍‌

ଆଜିକାଲି ଅନଲାଇନରେ ଲୋକଙ୍କ ବ୍ୟକ୍ତିଗତ ବ୍ୟବହାର ପାଇଁ ଅନେକ ଆପ ଲଞ୍ଚ ହୋଇଚାଲିଛି । ଯାହା ଫଳରେ ଏତେ ଗୁଡାଏ ଆପର ପାସଓ୍ଵାର୍ଡ ମନେ ରଖିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇ ପାରୁନାହିଁ । ଫେସବୁକ, ଟ୍ଵିଟର, ଜିମେଲ, ଇନ୍ସଟାଗ୍ରାମ ଏସମସ୍ତ ଆପର ପାସଓ୍ଵାର୍ଡ ସବୁବେଳେ ସମାନ ହୋଇନଥାଏ । ଏହାସହିତ ନିଜ ବ୍ୟାଙ୍କ ଆକାଉଣ୍ଟ ପାଇଁ ବ୍ୟବହାର ହେଉଥିବା ପାସଓ୍ଵାର୍ଡ ମଧ୍ୟ ଭିନ୍ନ ହୋଇଥାଏ ।

ନିଜ ସୁରକ୍ଷା ପାଇଁ ମଝିରେ ମଝିରେ ପାସଓ୍ଵାର୍ଡ ବଦଳାଇଲେ ଏହା ମନେ ରଖିବାକୁ ଅଧିକ କଷ୍ଟକର ହୋଇପଡିଥାଏ ।  ଆଜି ଆମେ ଆପଣଙ୍କୁ ଏମିତି କିଛି ଆପ ବିଷୟରେ କହିବୁ ଯାହାକୁ ବ୍ୟବହାର କରି ଆପଣ ଏହି ପାସଓ୍ଵାର୍ଡ ଜନିତ ସମସ୍ୟାରୁ ଚିନ୍ତାମୁକ୍ତ ହୋଇ ପାରିବେ । ଏମାନଙ୍କ ମଧ୍ୟର କିଛି ଆପକୁ ମାଗଣାରେ ବ୍ୟବହାର କରିପାରିବେ ଏବଂ ଆଉ କିଛି ଆପକୁ ବ୍ୟବହାର କରିବା ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ।

keeprer

ମାଗଣା ଆପ:

ଏହି ଆପ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି । ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ପାସଓ୍ଵାର୍ଡ ମ୍ୟାନେଜର ସର୍ଚ କଲେ ସବୁଠାରୁ ଉପରେ Password Manager- Keeper ଆପ ନଜର ଆସିବ । ଡାଉନଲୋଡ ଦୃଷ୍ଟିରୁ ଏହି ଆପର ରେଟିଙ୍ଗ ପ୍ଲେ ଷ୍ଟୋରରେ ଖୁବ ଭଲ ରହିଛି ।  ଏହା ସମ୍ପୂର୍ଣ୍ଣ ରୂପରେ ଏନକ୍ରିପ୍ଟ ଭୋଲ୍ଟ ଉପରେ ଆଧାରିତ ହୋଇଥିବାରୁ ଏହି ଆପକୁ ହ୍ୟାକ୍‌ କରିବା କଷ୍ଟକର । ଆପ ଭିତରେ ଆପଣଙ୍କୁ ସମସ୍ତ ଆକାଉଣ୍ଟ ଲଗଇନ କରିବାର ଅପସନ ମଧ୍ୟ ରହିଛି ଯାହା ଫଳରେ ସମସ୍ତ ଆପ ସୁରକ୍ଷିତ ହୋଇ ରହିବ । Password Manager- Keeper ଆପକୁ ଗୁଗଲ ପ୍ଲେ ଷ୍ଟୋରରେ ୪.୫ ଷ୍ଟାରର ରେଟିଙ୍ଗ ମିଳିଛି । ଏହାକୁ ଆପଣ ପ୍ଲେ ଷ୍ଟୋରରୁ ସହଜରେ ଡାଉନଲୋଡ କରି ମାଗଣାରେ ବ୍ୟବହାର କରିପାରିବେ । ଏହି ଆପର ଅନ୍ୟ ଏକ ପେଡ ଭର୍ଜନ ମଧ୍ୟ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି ।

666

ମାତ୍ର ୯୯ ଟଙ୍କାରେ ଉପଲବ୍ଧ ଥିବା ପେଡ ଆପ :

ପାସଓ୍ଵାର୍ଡ ମ୍ୟାନେଜର ଆପ୍ସ ପାଇଁ ଆପଣ ପେଡ ଆପର ମଧ୍ୟ ବ୍ୟବହାର କରିପାରିବେ । ପ୍ଳେ ଷ୍ଟୋରରେ ଏହିଭଳି ଅନେକ ପେଡ ଆପ ଉପଲବ୍ଧ ରହିଛି କିନ୍ତୁ ର‍୍ୟାକିଂ ଅନୁସାରେ ସବୁଠାରୁ ଊର୍ଦ୍ଧ୍ୱରେ  Password Safe  ନାମକ ଆପ ରହିଛି । ଏହାର ମୂଲ୍ୟ ମାତ୍ର ୯୯ ଟଙ୍କା ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ପ୍ରଦାନ କରିବ । ଏଥିରେ 256 bit AES  ଆଲଗୋରିଦମ ସୁରକ୍ଷାର ଇଣ୍ଡିକେପ୍ଟ ରହିଛି ଯାହା ହ୍ୟାକ୍‌ଙ୍ଗ ରୋକିବାରେ ସହାୟକ ହୋଇଥାଏ । ଏହି ଆପରେ ଅଟୋଲକ ସୁବିଧା ମଧ୍ୟ ଉପଲବ୍ଧ ରହିଛି ଅର୍ଥାତ ଆପକୁ ବ୍ୟବହାର କରୁନଥିବା  ସମୟରେ ଏହା ଆପେ ଆପେ ଲକ ହୋଇ ବନ୍ଦ ହୋଇଯାଇଥାଏ ।

Leave A Reply

Your email address will not be published.