Below header

ମହିଳାଙ୍କ ପାଇଁ ରେଲବାଇ ଦେଲା ଖୁସି ଖବର, ମହିଳାଙ୍କ ପାଇଁ ଟ୍ରେନରେ ରହିବ ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ : ମହିଳାଙ୍କ ପାଇଁ ରେଳବାଇ ବିଭାଗ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ନେଇ ଘୋଷଣା କରିଛି । ଟ୍ରେନରେ ଯାତ୍ରା କରୁଥିଲେ ମହିଳମାନେ ଆଦୌ ଟେନ୍‌ସନ ନେବାର ନାହିଁ । ଭାରତୀୟ ରେଳ ବିଭାଗ ମହିଳାଙ୍କ ପାଇଁ ଖାସ ବ୍ୟବସ୍ଥା ଘୋଷଣା କରିଛି । ଯେଉଁଥିପାଇଁ ଆଉ ମହିଳାଙ୍କୁ ଟ୍ରେନରେ ସିଟ ପାଇଁ ଅସୁବିଧା ହେବାକୁ ପଡ଼ିବ ନାହିଁ ।

ଟ୍ରେନରେ ଦୀର୍ଘ ସମୟ ଧରି ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ବର୍ଥ ରିଜର୍ଭ ବ୍ୟବସ୍ଥା କରିଛି ରେଳବାଇ ବିଭାଗ । ଏହା କହିଛନ୍ତି କେନ୍ଦ୍ରୀୟ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ମହିଳାଙ୍କ ପାଇଁ ଅନେକ ସୁବିଧା

ଟ୍ରେନରେ ଦୀର୍ଘ ପଥ ଯାତ୍ରା କରୁଥିବା ମହିଳାଙ୍କ ପାଇଁ ଏକ୍ସପ୍ରେସ ଟ୍ରେନରେ ସ୍ଲିପର କ୍ଲାସରେ ୬ ଟି ବର୍ଥ ସଂରକ୍ଷିତ ରହିବ । ଏହି ଟ୍ରେନ ମଧ୍ୟରେ ରହିଛି ରାଜଧାନୀ, ଗରୀବ ରଥ,ଦୁରୋନ୍ତ ସହିତ ଅନେକ ଏକ୍ସପ୍ରେସ ଟ୍ରେନରେ ମଧ୍ୟ ଏହି ବ୍ୟବସ୍ଥା କରାଯାଇଛି । ଏହି ଟ୍ରେନରେ ଥାର୍ଡ ଏସି କୋଚରେ ମଧ୍ୟ ମହିଳାଙ୍କ ପାଇଁ ବର୍ଥ ସଂରକ୍ଷିତ ରହିବ ।

କେଉଁ କ୍ଲାସରେ କେତେ ବର୍ଥ ରହିବ ସଂରକ୍ଷଣ

ଯଦି ସ୍ଲିପର କ୍ଲାସ କଥା କୁହାଯାଏ ତେବେ ଏଥିରେ ୭ ଲୋଏର ବର୍ଥ ସଂରକ୍ଷିତ ରହିବ । ଏହାଛଡ଼ା ଥାର୍ଡ ଏସିରେ ବି ୪ ରୁ ୫ ଲୋଏର ବର୍ଥ ଏସି ୨ ଟାଏର ରେ ୩ ରୁ ୪ ଲୋଏର ବର୍ଥ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ।

ମହିଳାଙ୍କ ପାଇଁ ଖାସ ସୁବିଧା

ଏହାଛଡ଼ା ମହିଳାଙ୍କ ସୁରକ୍ଷା ପାଇଁ କେତେକ ଖାସ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ‘ମେରୀ ସହେଲୀ’ ର ମଧ୍ୟ ଆରମ୍ଭ କରାଯାଇଛି । ଯାହାଦ୍ୱାରା ମହିଳା ଯାତ୍ରୀଙ୍କ ପାଇଁ ପୁରା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.