ରାସନ୍‌ କାର୍ଡ ନଥିଲେ ମିନିଟରେ ମିଳିବ ରାସନ୍‌ କାର୍ଡ, ଘରେ ବସି ସହଜରେ ବନାନ୍ତୁ ଏପରି

ଗତ କିଛି ବର୍ଷରେ ଆପଣ ଓ୍ଵାନ ନେସନ ଓ୍ଵାନ ରାସନ କାର୍ଡ ବିଷୟରେ ତ ନିହାତି ଶୁଣିଥିବେ। ଯାହା ଅନୁଯାୟୀ ଆପଣ ଦେଶର କୌଣସି ବି ରାଜ୍ୟରେ ନିଜ ରାସନ କାର୍ଡ ବ୍ୟବହାର କରି ରାସନ ପାଇପାରିବେ। ଯଦିଓ ଏହି ଯୋଜନାକୁ ସରକାର ୨୦୩୦ ମସିହା ଜୁନ୍‌ ୩୦ରେ ଲାଗୁ କରିବେ। ଏହାପରେ ଦେଶର ସବୁ ନାଗରିକ ନିଜ ରାସନ କାର୍ଡ ଜରିଆରେ କୌଣସି ବି ରାଜ୍ୟରୁ ରାସନ ସାମଗ୍ରୀ ପାଇପାରିବେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଯୋଜନାକୁ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ସମସ୍ତ ରାଜ୍ୟ ସରକାରଙ୍କୁ ଲିଖିତ ଭାବରେ ଏକ ପତ୍ର ମଧ୍ୟ ପଠାଇଛନ୍ତି। ଯଦି ଆପଣ ମଧ୍ୟ ରାସନ କାର୍ଡ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତାହେଲେ ଏଥିପାଇଁ ଆପଣଙ୍କୁ ସରଳ ଉପାୟକୁ ଆପଣେଇବାକୁ ପଡିବ। ଆଜି ଆମେ ଆପଣଙ୍କୁ କହିବୁ ଆପଣ ଘରେ ବସି କେମିତି ରାସନ କାର୍ଡ ବନାଇ ପାରିବେ।

କିଏ ବନାଇପାରିବେ ରାସନ କାର୍ଡ

ଗରିବ ରେଖା ଉପରେ ଏପିଏଲ ଏବଂ ଗରିବ ରେଖା ତଳେ ବିପିଏଲ ଏବଂ ଅନ୍ତର୍ଦୋୟ ଅନ୍ନ ଯୋଜାନା ଥିବା ଲୋକ ରାସନ କାର୍ଡ ବନାଇପାରିବେ। ଏଥିପାଇଁ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ। ଆବେଦନ ପାଇଁ ଆପଣଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ।

cardରାସନ କାର୍ଡ ପାଇଁ କେମିତି କରିବେ ଆବେଦନ

ରାସନ କାର୍ଡ ବନାଇବା ପାଇଁ ନିଜ ରାଜ୍ୟର ଅଫିସିଆଲ େଓ୍ଵବସାଇଟକୁ ଆପଣଙ୍କୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ଆପ୍ଲାଏ ଅନଲାଇନ ଫର୍‌ ରାସନ କାର୍ଡ ଲେଖାଥିବା ନଜର ଆସିବ। ତାହା ଉପରେ କ୍ଲିକ କରି ନିଜର ଆଇଡି ପୃଫ୍‌ ସବମିଟ୍‌ କରନ୍ତୁ। ଏଥିରେ ଆପଣ ଆଧାର କାର୍ଡ, ଭୋଟର କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ ଆଦି ଦେଇପାରିବେ। ଏହାପରେ ଆପଣଙ୍କୁ ପେମେଣ୍ଟ ବି ଦେବାକୁ ହେବ ଏବଂ ଏହାପରେ ଯାଇ ଆବେଦନ ପ୍ରକ୍ରୀୟା ପୂରା କରି ସବମିଟ୍‌ ବଟନ୍‌ ଦବାଇ ଦିଅନ୍ତୁ। ଏହାପରେ ଫିଲ୍ଡ ଭେରିଫିକେସନ୍‌ ହେବ। ଯାହାପରେ ଆପଣଙ୍କ ରାସନ୍‌ କାର୍ଡ ତିଆରି ହୋଇଯିବ।

ଆବେଦନ କରିବାର ୩୦ ଦିନ ମଧ୍ୟରେ ଏହି ଯାଞ୍ଚ ସମାପ୍ତ ହୋଇଥାଏ । ତଥ୍ୟ ଠିକ ଥିଲେ ୩୦ ଦିନ ମଧ୍ୟରେ ରାସନ କାର୍ଡ ଜାରି କରାଯାଇଥାଏ । ଏହା ବ୍ୟତୀତ ଆବେଦନକର୍ତ୍ତା ଚାହିଁଲେ ରାସନ କାର୍ଡ ପାଇଁ ସାଧାରଣ ସେବା କେନ୍ଦ୍ରରେ ମଧ୍ୟ ଆପ୍ଲାଇ କରିପାରିବେ । ରାସନ କାର୍ଡ ପାଇଁ ସମସ୍ତ ରାଜ୍ୟରେ ପୋର୍ଟାଲ ରହିଛି ଯେଉଁଠାରେ ଆପଣ ଆବେଦନ କରିପାରିବେ । ସାରା ଦେଶରେ ସରକାରଙ୍କ ତରଫରୁ 80 କୋଟି ଗରିବ ଲୋକଙ୍କୁ ମାଗଣା ରାସନ ଦିଆଯାଉଛି ।

କେତେ ଟଙ୍କା ଦେବାକୁ ହେବ ପେମେଣ୍ଟ ଜାଣନ୍ତୁ

ରାସନ କାର୍ଡ ବନାଇବା ପାଇଁ ଆପଣଙ୍କୁ ନିଜ ରାଜ୍ୟ ହିସାବରେ ପେମେଣ୍ଟ ଭରିବାକୁ ହେବ। ସବୁ ରାଜ୍ୟର ନିଜର ଅଲଗା ଅଲଗା ଶୁଳ୍କ ଭରିବାକୁ ପଡିଥାଏ। ଦିଲ୍ଲୀ କଥା ଯଦି କହିବା ତ ତାହେଲେ ରାସନ କାର୍ଡ ବନାଇବା ପାଇଁ ୫ ଟଙ୍କା ରୁ ୪୫ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.