Below header

କରୋନା ସଂକ୍ରମିତ ପୁଅକୁ ଲୁଚାଇ ରଖିଥିବାରୁ ମିଳିଲା ଦଣ୍ଡ, ଭାରତୀୟ ରେଲୱେ କଲା ସସପେଣ୍ଡ

ଜର୍ମାନୀରୁ ଫେରିବା କରୋନାରେ ସଂକ୍ରମିତ ହୋଇଥିବା ନିଜ ପୁଅକୁ ଘରେ ଲୁଚାଇ ରଖିଥିବା କାରଣରୁ ବାଙ୍ଗାଲୁର ରେଲୱେର ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ରେଲୱେ ପ୍ରଵକ୍ତାଙ୍କ କହିବା ଅନୁଯାୟୀ ମହିଳା ଅଧିକାରୀ ଜଣକ ନିଜ ପୁଅ ଜର୍ମାନୀରୁ ଫେରିଥିବା କଥା କାହାକୁ ନଜଣାଇ ତାଙ୍କୁ ବାଙ୍ଗାଲୁର ମୁଖ୍ୟ ଷ୍ଟେସନ ନିକଟସ୍ଥ ଅତିଥିଗୃହରେ ରଖି ଅନ୍ୟ ଲୋକମାନଙ୍କ ଜୀବନକୁ ବିପଦରେ ପକାଇଥିଲେ ।

ରେଲୱେର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ୨୫ ବର୍ଷୀୟ ଉକ୍ତ ଯୁବକ ଜଣକ ସ୍ପେନ ଦେଇ ଜର୍ମାନୀରୁ ଫେରିଥିଲେ ଏବଂ ମାର୍ଚ୍ଚ ୧୩ ତାରିଖରେ ସେ ବାଙ୍ଗାଲୋରର କେମ୍ପେଗୌଡ଼ା ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଁଚିବା ପରେ ତାଙ୍କୁ ଅଲଗା ହୋଇ ରହିବା ପାଇଁ କୁହାଯାଇଥିଲା । ତେବେ ମାର୍ଚ୍ଚ ୧୮ ତାରିଖରେ ତାଙ୍କୁ କରୋନା ପଜିଟିଭ ବୋଲି ଚିହ୍ନଟ କରାଯାଇଥିଲା । ପ୍ରଵକ୍ତାଙ୍କ କହିବା ଅନୁଯାୟୀ ‘ସେ ନିଜ ପରିବାରକୁ ବଞ୍ଚାଇବା ପାଇଁ ନିଜ ପୁଅକୁ ଲୁଚାଇଥିଲେ ସତ କିନ୍ତୁ ସେ ଆମ ସମସ୍ତଙ୍କ ଜୀବନକୁ ବିପଦରେ ପକାଇଥିଲେ’ । ତେବେ ଉକ୍ତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.