କେରଳରେ ଖୋଲିଲା ଭାରତର ପ୍ରଥମ AI ସ୍କୁଲ, ଜାଣନ୍ତୁ ଅନ୍ୟ ସ୍କୁଲ ଠାରୁ କିପରି ଭିନ୍ନ

କେରଳର ଥିରୁଅନନ୍ତପୁରମ ଠାରେ ଏହି ସ୍କୁଲ ଆରମ୍ଭ ହୋଇଛି । ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସ୍କୁଲର ଉଦଘାଟନ କରିଛନ୍ତି । ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ସ୍କୁଲର ନାମ ଶାନ୍ତିଗିରି ବିଦ୍ୟାଭବନ । ଏହି ସ୍କୁଲ ଅନ୍ୟ ସ୍କୁଲମାନଙ୍କ ପରି ହୋଇଥିଲେ ହେଁ ଏଠାରେ ମାନବ ଶିକ୍ଷକଙ୍କ ବ୍ୟତୀତ AI ଟୁଲରେ ମଧ୍ୟ ପିଲାମାନଙ୍କୁ ପଢ଼ାଯିବ ଏବଂ ସେମାନଙ୍କୁ ଅନେକ ବିଷୟରେ ସୂଚନା ଦିଆଯିବ ।

ଭାରତକୁ ନିଜର ପ୍ରଥମ AI ସ୍କୁଲ ମିଳିଛି । କେରଳର ଥିରୁଅନନ୍ତପୁରମ ଠାରେ ଏହି ସ୍କୁଲ ଆରମ୍ଭ ହୋଇଛି । ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସ୍କୁଲର ଉଦଘାଟନ କରିଛନ୍ତି । ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ସ୍କୁଲର ନାମ ଶାନ୍ତିଗିରି ବିଦ୍ୟାଭବନ । ଏହି ସ୍କୁଲ ଅନ୍ୟ ସ୍କୁଲମାନଙ୍କ ପରି ହୋଇଥିଲେ ହେଁ ଏଠାରେ ମାନବ ଶିକ୍ଷକଙ୍କ ବ୍ୟତୀତ AI ଟୁଲରେ ମଧ୍ୟ ପିଲାମାନଙ୍କୁ ପଢ଼ାଯିବ ଏବଂ ସେମାନଙ୍କୁ ଅନେକ ବିଷୟରେ ସୂଚନା ଦିଆଯିବ । ଏହି AI ସ୍କୁଲ iLearning Engine (ILE) USA ଏବଂ ବୈଦିକ ଇସ୍କୁଲ୍‌ ର ସହଯୋଗରେ ନିର୍ମାଣ କରାଯାଇଛି । AI ଟୁଲ୍‌ ସାହାଯ୍ୟରେ ସ୍କୁଲର ପାଠ୍ୟକ୍ରମକୁ ଡିଜାଇନ୍‌, ପର୍ସନାଲାଇଜ୍ଡ ଲାର୍ଣ୍ଣିଙ୍ଗ, ମୂଲ୍ୟାଙ୍କନ ଏବଂ ଛାତ୍ର ସମର୍ଥନ ସହିତ ଶିକ୍ଷାର ବିଭିନ୍ନ ଦିଗରେ ଏହାର ବ୍ୟବହାର କରାଯିବ ।

ଏହି AI ସ୍କୁଲ ବିଶ୍ୱବ୍ୟାପୀ ମାନକର ପାଳନ କରିଥାଏ ଏବଂ ରାଷ୍ଟ୍ରିୟ ସ୍କୁଲ ମାନ୍ୟତା ମାନକରେ ମେଳ ଖାଇଥାଏ, ଯାହା ନୂଆ ରାଷ୍ଟ୍ରିୟ ଶିକ୍ଷା ନୀତି (NEP 2020) ଉପରେ ଆଧାରିତ । ଏହି ସ୍କୁଲରେ ପିଲାମାନଙ୍କୁ ଟ୍ରାଡିସିନାଲ ଟିଚିଙ୍ଗ ମେଥଡ ବ୍ୟତୀତ AI ସାହାଯ୍ୟରେ ଆଡଭାନ୍ସ ଟୁଲ ଏବଂ ରିସୋର୍ସେସ ପ୍ରଦାନ କରାଯିବ, ଯାହା ସାହାଯ୍ୟରେ ସେମାନେ ଭବିଷ୍ୟତରେ ଆସୁଥିବା ବିଭିନ୍ନ ପଦକ୍ଷେପ ପାଇଁ ପ୍ରସ୍ତୁତ ରହିବେ । ଏହି ପ୍ରୋଜେକ୍ଟରେ ପୂର୍ବତନ ମୁଖ୍ୟ ସଚିବ, ଡିଜିପି ଏବଂ କୁଳପତିଙ୍କ ପରି ଲୋକମାନେ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ପିଲାମାନେ ସର୍ବୋତ୍ତମ ଶିକ୍ଷା ପାଇପାରିବେ । ବେଦିକ ଇସ୍କୁଲ୍ କହିଛି ଯେ AI ଦ୍ୱାରା ଚାଳିତ ଏହି ନୂଆ ଶିକ୍ଷା ପଦ୍ଧତି ପ୍ରକୃତରେ ଉତ୍ତମ ଶିକ୍ଷା ପ୍ରଦାନ କରିବାକୁ ଯାଉଛି ଏବଂ ପିଲାମାନେ ବହୁତ କିଛି ଶିଖିବାକୁ ଯାଉଛନ୍ତି ।

ଭାରତର ପ୍ରଥମ AI ବିଦ୍ୟାଳୟର କଣ ରହିଛି ବିଶେଷତା ?
. ଏହି AI ସ୍କୁଲ ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଡିଜାଇନ କରାଯାଇଛି । ବିଦ୍ୟାଳୟରେ ପିଲାମାନଙ୍କୁ ମଲ୍ଟିପଲ ଟିଚର୍‌, ପରୀକ୍ଷାର ବିଭିନ୍ନ ସ୍ତର, ଆପ୍ଟିଟ୍ୟୁଡ ଟେଷ୍ଟ, କାଉନସିଲିଂ, କ୍ୟାରିଅର ପ୍ଲାନ ଏବଂ ମେମୋରୀ ଟେକନିକ ବିଷୟରେ ସୂଚନା ଦିଆଯାଇଥାଏ ।

. ସ୍କୁଲରେ ପିଲାମାନଙ୍କୁ ବହି ଜ୍ଞାନ ବ୍ୟତୀତ ସ୍କିଲ ଡେଭଲପମେଣ୍ଟ ମଧ୍ୟ ଶିକ୍ଷା ଦିଆଯାଏ । ଯେପରିକି ଇଣ୍ଟରଭ୍ୟୁ ସ୍କିଲ, ଗ୍ରୁପ ଡିସକସନ, ଗଣିତ ଏବଂ ଲେଖା ସ୍କିଲ, ଶିଷ୍ଟାଚାରରେ ସୁଧାର, ଇଂରାଜୀ ଏବଂ ଭାବପ୍ରବଣତା ବିଷୟରେ ମଧ୍ୟ ସୂଚନା ଦିଆଯାଇଥାଏ ।

. ସ୍କୁଲ ପରୀକ୍ଷା ବ୍ୟତୀତ ପିଲାମାନଙ୍କୁ JEE, NEET, CUET, CLAT, GMAT ଏବଂ IEELTS ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ କରାଯାଏ ଯାହା ଦ୍ୱାରା ସେମାନେ ଭବିଷ୍ୟତରେ ଭଲ ପ୍ରଦର୍ଶନ କରିପାରିବେ ।

. AI ସ୍କୁଳର ସବୁଠାରୁ ବିଶେଷ କଥା ହେଉଛି ଏହା ଛାତ୍ରମାନଙ୍କୁ ସେମାନଙ୍କର ଭବିଷ୍ୟତ ପାଇଁ ଯୋଜନା କରିବାରେ ସାହାଯ୍ୟ କରେ । ଏହା ସେମାନଙ୍କୁ ପ୍ରତିଷ୍ଠିତ ବିଦେଶୀ ବିଶ୍ୱବିଦ୍ୟାଳୟରେ ଛାତ୍ରବୃତ୍ତି ପାଇବାକୁ ମାର୍ଗଦର୍ଶନ କରେ, ଯାହାଫଳରେ ସେମାନେ ବିଦେଶରେ ଅଧ୍ୟୟନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.