ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପର ଆଜି ଶେଷ ଦିନ: ଭାରତରୁ ଜାଭଲିନ୍ ଥ୍ରୋରେ ତିନି କ୍ରୀଡ଼ାବିତ୍ ଖେଳିବେ

ଆଜି ନୀରଜ ଚୋପ୍ରା, ଡିପି ମନୁ ଓ କିଶୋର ଜେନା ଫାଇନାଲରେ ଖେଳିବେ । ବିଶେଷ କରି ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ ରହିବ ପୁରା ବିଶ୍ବର ନଜର । ଯୋଗ୍ୟତା ପର୍ଯ୍ୟାୟରେ ନୀରଜ ସର୍ବାଧିକ ଦୂରତା ପାଇ ଅଲିମ୍ପିକ୍ ଟିକେଟ୍ ପାଇସାରିଥିବାରୁ ବୁଦାପେଷ୍ଟରେ ତାଙ୍କଠାରୁ ପଦକ ଆସିବା ସମ୍ଭାବନା ଅଧିକ ରହିଛି

କେନ୍ୟୁଜ୍(ବ୍ୟୁରୋ): ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପର ଆଜି ଶେଷ ଦିନ । ୮ଟି ଇଭେଣ୍ଟ ଫାଇନାଲ୍ ଥିଲେ ବି ସବୁ ଭାରତୀୟଙ୍କ ନଜର ଜାଭଲିନ୍ ଉପରେ ରହିବ। ଭାରତରୁ ଜାଭଲିନ୍ ଥ୍ରୋରେ ତିନି କ୍ରୀଡ଼ାବିତ୍ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ଏହା ଐତିହାସିକ ମୁହୂର୍ତ୍ତ ହେବାକୁ ଯାଉଛି। ଆଜି ନୀରଜ ଚୋପ୍ରା, ଡିପି ମନୁ ଓ କିଶୋର ଜେନା ଫାଇନାଲରେ ଖେଳିବେ । ବିଶେଷ କରି ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ ରହିବ ପୁରା ବିଶ୍ବର ନଜର ।

ଯୋଗ୍ୟତା ପର୍ଯ୍ୟାୟରେ ନୀରଜ ସର୍ବାଧିକ ଦୂରତା ପାଇ ଅଲିମ୍ପିକ୍ ଟିକେଟ୍ ପାଇସାରିଥିବାରୁ ବୁଦାପେଷ୍ଟରେ ତାଙ୍କଠାରୁ ପଦକ ଆସିବା ସମ୍ଭାବନା ଅଧିକ ରହିଛି। ତେବେ ପ୍ରଥମ ଥର ବିଶ୍ବ ଚାମ୍ପିଅନ୍ସିପରେ ଭାଗ ନେଇଥିବା ମନୁ ଓ କିଶୋରଙ୍କ ଉପରେ ନୀରଜଙ୍କ ସହିତ ସମସ୍ତ ଭାରତୀୟ ପ୍ରଶଂସକଙ୍କ ନଜର ରହିବ। ଫାଇନାଲର ଷ୍ଟାର୍ଟ ଲିଷ୍ଟରେ ନୀରଜ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ମନୁ ଅଷ୍ଟମ ଓ କିଶୋର ଏକାଦଶ ସ୍ଥାନରେ ରହି ଜାଭଲିନ୍ ଫିଙ୍ଗିବେ। ଆଜି ଫାଇନାଲ୍ ଇଭେଣ୍ଟ ଭାରତୀୟ ସମୟ ରାତି ୧୧.୪୫ ରେ ଅନୁଷ୍ଠିତ ହେବ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.