Below header

ଭାରତ ସହ ଶତ୍ରୁତା କରିବା ପଡିଲା ମହଙ୍ଗା, ମୋଦି ସରକାର ଡ୍ରାଗନକୁ ଦେଲେ ୫ ବଡ଼ ଝଟକା

ଚୀନର ବ୍ୟବସାୟକୁ ହ୍ରାସ କରି ତା’ର ଅର୍ଥନୀତି ଉପରେ ପ୍ରଭାବ ପକାଇବା ଥିଲା କୁଟନୈତିକ ନିଷ୍ପତ୍ତି । ଗୋଟିଏ ପରେ ଏମିତି ୫ ଥର ଝଟକା ଦେଇଛନ୍ତି ମୋଦି ସରକାର ।

ନୂଆଦିଲ୍ଲୀ : ସାଧାରଣତ! ଭାରତ ସହ ଚୀନର ସମ୍ପର୍କ ଠିକ୍‌ ନଥାଏ । ପୂର୍ବରୁ କେବେ ମଧ୍ୟ ମଧୂର ନଥିଲା । ସର୍ବଦା ଭାରତ-ଚୀନ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଛି । ଗତ ୨୦୨୦ ମସିହାରେ ସୀମାରେ ଚୀନ ସେନାଙ୍କ ସହ ଭାରତୀୟ ସେନାଙ୍କ ହୋଇଥିବା ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା ।

ଯାହାଫଳରେ ଭାରତ ଚୀନକୁ ନେଇ ତା’ର କୁଟନୈତିକ ପ୍ରକ୍ରିୟା ଆରମ୍ଭ କରିଥିଲା । ଫଳସ୍ୱରୁପ ଭାରତରେ ଚାଲୁଥିବା ଚାଇନାର ଅଧିକାଂଶ ଆପକୁ ବ୍ୟାନ କରିଥିଲେ ମୋଦି ସରକାର । ଚୀନର ବ୍ୟବସାୟକୁ ହ୍ରାସ କରି ତା’ର ଅର୍ଥନୀତି ଉପରେ ପ୍ରଭାବ ପକାଇବା ଥିଲା କୁଟନୈତିକ ନିଷ୍ପତ୍ତି । ଗୋଟିଏ ପରେ ଏମିତି ୫ ଥର ଝଟକା ଦେଇଛନ୍ତି ମୋଦି ସରକାର ।

ଇଲେକ୍ଟ୍ରିକ କାର ବନାଉଥିବା ଚୀନର ବଡ଼ କମ୍ପାନୀ ବିଓ୍ଵାଇଡି ଭାରତରେ ଏକ ଆରବ ଡଲାର ପୁଞ୍ଜି ନିବେଶ କରିବାକୁ ଚାହୁଁଥିଲା । ହେଲେ ମୋଦି ସରକାର ଏହି ଯୋଜନାକୁ ଖାରଜ କରିଦେଲେ । ଫଳରେ ଚୀନକୁ ବଡ଼ ଝଟକା ଲାଗିଛି । ଚୀନର ଆଉ ଏକ କମ୍ପାନୀ ଗ୍ରେଟ ବଲ ମୋଟର ଭାରତରେ ୧ ଆରବ ଡଲାର ନିବେଶ କରିବାକୁ ଚାହୁଁଥିଲା ।

କମ୍ପାନୀ ଲୋକ ନେବା ବି ଆରମ୍ଭ କରିଥିଲା । ହେଲେ ଭାରତ ସରକାର ଏହି ପ୍ରକଳ୍ପକୁ ବନ୍ଧ କରିଦେଇଥିଲେ । ମୋବାଇଲ କମ୍ପାନୀ ସୋଓମି, ଏବଂ ୩୦୦ ମୋବାଇଲ ଏପ୍ସ ବ୍ୟାନ କରି ମୋଦି ସରକାର ଚୀନକୁ ଆଉ ଏକ ଝଟକା ଦେଇଥିଲେ । ଏବେ ଲାପଟପ, ଟାବଲେଟ ଆମଦାନୀ ଉପରେ ରୋକ ଲଗାଇ ଚୀନକୁ ଆଉ ଏକ ଝଟକା ଦେଇଛନ୍ତି ମୋଦି ସରକାର । ଏହାଦ୍ୱାରା ଚୀନରୁ ଆମଦାନୀ ହେଉଥିବା ଜିନିଷ ବନ୍ଦ ହେବା ଦ୍ୱାରା ଚୀନ୍‌ ବଡ଼ କ୍ଷତି ସହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.