ମଝି ଆକାଶରେ ଖରାପ ହୋଇଗଲା ଇଣ୍ଡିଗୋ ବିମାନର ହାଇଡ୍ରୋଲିକ୍‌ ଗ୍ରୀନ ସିଷ୍ଟମ, ଯାତ୍ରୀଙ୍କ ସୁରକ୍ଷା ପାଇଁ ଅଧାରୁ ଫେରିଆସିଲା ବିମାନ

ଦିଲ୍ଲୀରୁ ଥାଇଲାଣ୍ଡର ଫୁକେତ ଯାଉଥିବା ଏକ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି । ଦିଲ୍ଲୀ ଫେରି ଜରୁରୀକାଳିନ ଅବତରଣ କରିଛି ବିମାନ । ବିମାନରେ ବୈଷୟିକ ତ୍ରୁଟି ଦେଖା ଦେବା ପରେ ଦିଲ୍ଲୀ ଫେରି ଜରୁରୀକାଳୀନ ଅବତରଣ କରିଛି ବିମାନ। ବିମାନଟି ଉଡ଼ାଣ ଭରିବାର ମାତ୍ର ଅଳ୍ପ କିଛି ସମୟ ମଧ୍ୟରେ ବିମାନରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା ।

ଦିଲ୍ଲୀର ଇନ୍ଦିରାଗାନ୍ଧି ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ଥାଇଲାଣ୍ଡ ପାଇଁ ସକାଳ ୬ଟା ୪୧ ମିନିଟ୍‌ରେ ବାହାରିଥିଲା ଇଣ୍ଡିଗୋ 6E-1763 ଉଡାଣ ଭରିଥିଲା। ବିମାନ ଉଡାଣ ଭରିବାର କିଛି ସମୟ ପରେ ବୈଷୟିକ ତ୍ରୁଟି ଦେଖିବାକୁ ମିଳିଥିଲା। ବିମାନର ହାଇଡ୍ରୋଲିକ୍ ଗ୍ରୀନ୍ ସିଷ୍ଟମ୍ ଖରାପ ହୋଇଯିବା କାରଣରୁ ସମସ୍ୟା ଦେଖା ଦେଇଥିଲା।


ବିମାନ ଉଡ଼ାଣ ବେଳେ ହାଇଡ୍ରୋଲିକ୍ ଗ୍ରୀନ୍ ରିଜର୍ଭର ଲୋ ଲେବଲ୍, ସିଷ୍ଟମ୍ ଲୋ ପ୍ରେସର୍ ଏବଂ ପମ୍ପ୍ ଲୋ ପ୍ରେସର ଚେତାବନୀ ଆରମ୍ଭ ହୋଇଯାଇଥିଲା। ଏହି କାରଣରୁ ଜରୁରୀକାଳୀନ ଘୋଷଣା ପରେ ବିମାନଟିକୁ ଜରୁରୀକାଳୀନ ଅବତରଣ କରିଥିଲା ।
ସୂଚନାନୁସାରେ, ବିମାନଟି ସକାଳ ୬. ୪୧ରେ ଉଡ଼ାଣ ଭରିଥିବା ବେଳେ ୭.୨୨ରେ ଜରୁରୀକାଳୀନ ଅବତରଣ ଘୋଷଣା ହୋଇଥିଲା।

ସୂଚନାଯୋଗ୍ୟ, ପୂର୍ବରୁ ଏଆର୍ ଇଣ୍ଡିଆର ଏ୩୨୦ ବିମାନ, ଭିଟି-ଇଏକ୍ସଭି, ଅପରେଟିଂ ଏଏଲ୍-୯୫୧ (ହାଇଦ୍ରାବାଦ୍-ଦୁବାଇ) ବିମାନଟି ୧୪୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବିମାନରେ ୟେଲୋ ହାଇଡ୍ରୋଲିକ୍ ସିଷ୍ଟମ୍ ଫେଲ୍ ହେବା କାରଣରୁ ମୁମ୍ବାଇରେ ଅବତରଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.