ନିଜ ବାଇସାଇକେଲ ଚଲାଇ ଅଫିସ୍‌ ପହଁଚିଲେ କମିଶନର, ଜାଣନ୍ତୁ କାହିଁକି ?

ସାଇକେଲରେ କମିଶନର, ସ୍କୁଟିରେ ମେୟର ଆଉ ବସରେ ଅଫିସ୍‌ ଆସିଲେ କଲେକ୍ଟର !

ଦେଶର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋରର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଆଉ ଏହି ଭାଇରାଲ ଭିଡିଓ ହେଉଛି ଜଣେ ପୋଲିସ କମିଶନରଙ୍କର । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ପୋଲିସ କମିଶନର କହୁଥିବାର ଶୁଣିବାକୁ ମିଳୁଛି ଯେ ଜଗିଥିବ ଯେମିତି ମୋ ସାଇକେଲ ଚୋରି ହେବନି । ବାସ୍ତବରେ ପୋଲିସ କମିଶନର ଡ୍ୟୁଟି ଆସିଛନ୍ତି ସାଇକେଲ ଚଲାଇ । ଇନ୍ଦୋର ମେୟର ଶୁକ୍ରବାର ନୋ କାର ଡେ ଘୋଷିତ କରିଥିଲେ । ଯେଉଁକାରଣରୁ ଅନେକ ବଡ ବଡ ଅଫିସର ଅଲଗା ଅଲଗା ସାଧନରେ ନିଜ ଅଫିସରେ ପହଁଚିଥିଲେ । କିଏ ପବ୍ଲିକ ଟ୍ରାନ୍ସପୋର୍ଟରେ ଅଫିସ ପହଁଚିଥିଲେ ତ ଆଉ କିଏ ନିଜ ଗାଡିରେ ପହଁଚିଥିଲେ ଅଫିସ । ଆଉ ଏହାରି ଭିତରେ ଇନ୍ଦୋର ପୋଲିସ କମିଶନର ମକରନ୍ଦ ଦେଓସ୍କର ସାଇକେଲ ଚଲାଇ ଅଫିସ ପହଁଚିଥିଲେ ।

ତେବେ ଭିଡିଓରେ ଦେଖିବାକୁ ମିଳୁଛି ଯେ ଅଫିସ ପହଁଚିବା ପରେ କମିଶନର ଜଣେ ପୋଲିସକର୍ମୀଙ୍କୁ ସାଇକେଲ ପାର୍କ କରିବାକୁ ଧରାଉଛନ୍ତି । ଏହାସହିତ ହିଁ ସେ କହୁଛନ୍ତି ନଜର ରଖୁଥିବ ଯେମିତି ମୋ ସାଇକେଲକୁ କିଏ ଚୋରି କରିବେନାହିଁ । ଇନ୍ଦୋର ପୋଲିସ ମକରନ୍ଦ ଦେଓସ୍କରଙ୍କର ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ଇନ୍ଦୋର ପୋଲିସ କମିଶନରର ଟ୍ଵିଟର ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ଏହି ଭାଇରାଲ ଭିଡିଓକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି ।

ପରିବେଶକୁ ସୁରକ୍ଷା ଦେବା ଉଦ୍ଦେଶ୍ୟେ ଶୁକ୍ରବାର ଇନ୍ଦୋରରେ ନୋ କାର ଡେ ଘୋଷିତ କରାଯାଇଥିଲା । ଯାହାକୁ ସାଧାରଣ ଲୋକଙ୍କ ସମେତ ଅନେକ ବିଶିଷ୍ଟ ଲୋକ ବି ସମର୍ଥନ କରିଥିଲେ । ନୋ କାର ଡେ କାରଣରୁ କମିଶନର ମକରନ୍ଦ ସାଇକେଲରେ ଅଫିସ ପହଁଚିଥିଲେ । ସେହିପରି କମିଶନର କହିଛନ୍ତି ଯେ ଏହି ନୋ କାର ଡେ ପଦକ୍ଷେପ ନେବାର ମୂଳ ଉଦ୍ଦେଶ୍ୟ ହେଉଛି ଟ୍ରାଫିକରୁ ରକ୍ଷା ପାଇବା ଏବଂ ପରିବେଶକୁ ସୁରକ୍ଷା ଦେବା । ଆପଣ ବି ଶୁଣନ୍ତୁ କମିଶନର କଣ କହୁଛନ୍ତି ।

ତେବେ ଖାଲି ଯେ କମିଶନର ସାଇକେଲ ଚଲାଇ ଅଫିସ ପହଁଚିଛନ୍ତି ତାହା ନୁହେଁ ଇନ୍ଦୋରର କଲେକଟର ଇଲେୟା ରାଜା ଟି ପବ୍ଲିକ ଟ୍ରାନ୍ସପୋର୍ଟ ନେଇ ଅଫିସ ପହଁଚିଥିଲେ । କଲେକ୍ଟର ନିଜ ଘରୁ ବସ୍‌ ଷ୍ଟାଣ୍ଡ ପର୍ଯ୍ୟନ୍ତ ଚାଲି ଚାଲି ଆସିଥିଲେ । ଏହାପରେ ସେ ବସରେ ଯାତ୍ରା କରିଥିଲେ । ସେହିପରି ନିଜେ ମେୟର ସ୍କୁଟି ଚଲାଇ ପହଁଚିଥିଲେ ଅଫିସରେ । ଯାହାର ଫଟୋ ଭିଡିଓ ଖୁବ୍‌ ଭାଇରାଲ ହେଉଛି ସୋସିଆଲ ମିଡିଆରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.