Below header

ପରିବା ବିକାଳିଙ୍କ ଝିଅ ହେଲେ ସିଭିଲ ଜଜ୍‌, ରେଜଲ୍ଟ ଆସିବା ପରେ ଦୋକାନରେ ପହଞ୍ଚି କହିଲେ ‘ମାଆ ମୁଁ ଜଜ୍‌ ହୋଇଗଲି’…

ମଧ୍ୟପ୍ରଦେଶ: ହୀରା ମାଟି ତଳେ ରହିଲେ ବି ଚମକେ । ସମସ୍ୟାର ବୋଝ ତଳେ କେବେ ବି ଚାପି ହୋଇଯାଏନା ପ୍ରତିଭା । ମଧ୍ୟପ୍ରଦେଶର ଇନ୍ଦୋରୁ ଆସିଛି ଏପରି ଏକ ପ୍ରେରଣାଦାୟୀ ଖବର । ଜଣେ ପରିବା ବିକାଳିଙ୍କ ଝିଅ ହୋଇଛନ୍ତି ସିଭିଲ ଜଜ୍‌ । ୨୫ ବର୍ଷୀୟା ଅଙ୍କିତା ନାଗର ଏସ୍‌ସି କୋର୍ଟରେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ଅଙ୍କିତାଙ୍କ ବାପା ଅଶୋକ ନାଗର ଏବଂ ମାଆ ଉଭୟ ପରିବା ବିିକ୍ରି କରନ୍ତି । ରେଜଲ୍ଟ ଆସିବା ପରେ ଅଙ୍କିତା ସର୍ବପ୍ରଥମେ ନିଜ ମାଆଙ୍କୁ ଖୁସି ଖବର ଦେଇଥିଲେ ।

girl

ପରିବା ବିକ୍ରି କରୁଥିବା ସମୟରେ ପହଞ୍ଚି କହିଥିଲେ ମାଆ ମୁଁ ଜଜ୍‌ ହୋଇଗଲି । ସେପଟେ ଝିଅର ଏହି ସଫଳତାରେ ଖୁବ୍‌ ଖୁସି ଅଛନ୍ତି ପରିବାର ଲୋକ । ତେବେ ଏହି ସଫଳତା ପାଇଁ ଅଙ୍କିତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ପରିବା ବିକ୍ରିରୁ ଯେତିକି ରୋଜଗାର ହେଉଥିଲା ସେଥିରେ ଫିସ୍‌ ଦେବାକୁ ମଧ୍ୟ ଅସମର୍ଥ ଥିଲେ । ଦିନକୁ ୮ ଘଣ୍ଟା ପାଠ ପଢି ବାକି ସମୟରେ ପରିବା ବିକ୍ରି କରିବାରେ ବାପା ମାଆଙ୍କୁ ସାହାଯ୍ୟ କରୁଥିଲେ ଅଙ୍କିତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.