ନାଫେ ସିଂ ରାଠୀ ଗୁଳି କରି ହତ୍ୟା, ସିସିଟିଭିରେ କଏଦ ହେଲା ହତ୍ୟାକାଣ୍ଡ ପୂର୍ବର ଦୃଶ୍ୟ

ହରିଆଣାର ଭାରତୀୟ ଜାତୀୟ ଲୋକ ଦଳ (INLD)ର ମୁଖ୍ୟ ନାଫେ ସିଂହ ରାଠୀଙ୍କୁ ଗୁଳିକରି ହତ୍ୟା । ସିସିଟିଭି ଫୁଟେଜରେ ଅଭିଯୁକ୍ତ ଆସୁଥିବା ଦେଖିବାକୁ ମିଳିଛି । କାରରେ ୫ ଜଣ ଆସିଥିଲେ ଘଟଣା ପରେ ଆକ୍ରମଣକାରୀମାନେ ସେମାନଙ୍କ କାରରେ ପଳାଇ ଯାଇଥିଲେ ।

ହରିଆଣାର ଭାରତୀୟ ଜାତୀୟ ଲୋକ ଦଳ (INLD)ର ମୁଖ୍ୟ ନାଫେ ସିଂହ ରାଠୀଙ୍କୁ ଗୁଳିକରି ହତ୍ୟା କରାଯିବାର ସିସି ଟିଭି ଫୁଟେଜ ସାମ୍ନାକୁ ଆସିଛି । ଏହି ଫୁଟେଜ ତାଙ୍କ ହତ୍ୟାକାଣ୍ଡ ପୂର୍ବର ବୋଲି ଜଣାପଡିଛି । ଝାଜାର ଜିଲ୍ଲାର ବାହାଦୁରଗଡରେ ତାଙ୍କୁ ହତ୍ୟା କରାଯାଇଛି । ସିସିଟିଭି ଫୁଟେଜରେ ଅଭିଯୁକ୍ତ ଆସୁଥିବା ଦେଖିବାକୁ ମିଳିଛି । କାରରେ ୫ ଜଣ ଆସିଥିଲେ । ଏହି ଘଟଣାରେ ଅନ୍ୟ ଜଣେ ଦଳୀୟ କର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ଖବର ମୁତାବକ, ଅଭିଯୁକ୍ତମାନେ ପୂର୍ବତନ ବିଧାୟକ ରାଠୀ ଏକ ସ୍ପୋର୍ଟସ ୟୁଟିଲିଟି ଗାଡି (ଏସୟୁଭି) କୁ ପିଛା କରୁଥିଲେ । ଝାଜ୍ଜର ବାହାଦୂରଗଡ ସହରରେ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣା ପରେ ଆକ୍ରମଣକାରୀମାନେ ସେମାନଙ୍କ କାରରେ ପଳାଇ ଯାଇଥିଲେ । ଆହତମାନଙ୍କୁ ବ୍ରହ୍ମଶକ୍ତି ସଞ୍ଜୀବନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେବଳ ନାଫେ ସିଂଙ୍କ ଗୁଳିମାରିବା ପରେ ଡ୍ରାଇଭରକୁ ଛାଡିଦେଇଥିଲେ ଆକ୍ରମଣକାରୀ । ଆଉ କହିଥିଲେ, ତୁମକୁ ଜୀବିତ ଛାଡୁଛୁ, କାହିଁକି ନା ତୁମେ ଯାଇ ଘରେ କହିବ । ତେବେ ରାଠୀଙ୍କ ହତ୍ୟାକାଣ୍ଡରେ ପୂର୍ବତନ ବିଧାୟକ ନରେଶ କୌଶିକ ସମେତ ୭ ଲୋକଙ୍କ ବିରୋଧରେ ମାମଲା ଦାଏର କରାଯାଇଛି ।

ତାଙ୍କ ଜୀବନ ପ୍ରତି ବିପଦ ଥାଇ ମଧ୍ୟ ସରକାର ତାଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ତେବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ନାଫେ ସିଂହ ରାଠୀ ବାହାଦୂରଗଡର ପୂର୍ବତନ ବିଧାୟକ ଥିଲେ ଏବଂ ଦୁଇ ଥର INLD ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ସେ ହରିଆଣାର ପୂର୍ବତନ ବିଧାୟକ ସଂଘର ସଭାପତି ମଧ୍ୟ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.