Below header

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଡ଼ାଜାହାଜ ବିଧ୍ୱଂସୀ ଯୁଦ୍ଧପୋତ ଆଇଏନଏସ କଭରାତି ଭାରତୀୟ ନୌସେନାରେ ହେଲା ସାମିଲ

କେନ୍ୟୁଜ୍(ବ୍ୟୁରୋ):  ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଡ଼ାଜାହାଜ ବିଧ୍ୱଂସୀ ଯୁଦ୍ଧପୋତ ଆଇଏନଏସ କଭରାତି ଭାରତୀୟ ନୌସେନାରେ ସାମିଲ ହୋଇଛି । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ବିଶାଖାପାଟଣାର ନୌସେନା ଡକୟାର୍ଡରେ ଏହି ଯୁଦ୍ଧପୋତକୁ କମିଶନ କରିଛନ୍ତି । ୨୦୦୩ରେ ପ୍ରଣୟନ କରାଯାଇଥିବା ପ୍ରୋଜେକ୍ଟ ୨୮ ଅନ୍ତର୍ଗତ କାମୋର୍ଟ ଶ୍ରେଣୀର ଚତୁର୍ଥ ସଂସ୍କରଣ ଏହି ଯୁଦ୍ଧପୋତକୁ ସମ୍ପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ର୍ନିମାଣ କରାଯାଇଛି ।

ଭାରତୀୟ ନୌସେନାର ନିଜସ୍ୱ ପ୍ରତିଷ୍ଠାନ, ନୌସେନା ଡିଜାଇନ୍‌ ନିର୍ଦ୍ଦେଶାଳୟ ଏବଂ କୋଲକାତା ଗାର୍ଡେନ୍‌ ରିସର୍ଚ ସିପ୍‌ ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଦ୍ୱାରା ଆଇଏନଏସ କଭରାତି ର୍ନିମିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ଆତ୍ମର୍ନିଭର ଭାରତର ଉଦ୍ଦେଶ୍ୟକୁ ସାର୍ଥକ କରୁଥିବା, ଭାରତୀୟ ନୌସେନାର ଜଣେ ଅଧିକାରୀ କହିଛନ୍ତି । ଏହି ଜାହାଜରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ସ୍ୱଦେଶୀ ସାମଗ୍ରୀ ରହିଛି ଏବଂ କାର୍ବନ କମ୍ପୋଜିଟ୍‌ ବ୍ୟବହାର କରାଯାଇଛି । ଏଥିରେ ବ୍ୟବହୃତ ସେନସର ସୁଟ୍‌ ଜଳରାଶି ମଧ୍ୟରେ ଅନ୍ୟ ଯୁଦ୍ଧପୋତକୁ ଠାବକରି ତୁରନ୍ତ ତାକୁ ଧ୍ୱସଂ କରିବାର ସାମର୍ଥ୍ୟ ରଖୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.