ଅମିତାଭ୍‌ ବଚ୍ଚନଙ୍କୁ ‘ଅମିତ ଜୀ’ ନ କହିବାରୁ ମିଳିଲା ଦଣ୍ଡ, କାଦର୍‌ ଖାନ୍‌ଙ୍କୁ ଫିଲ୍ମରୁ ବାହାର କରିଦିଆଯାଇଥିଲା

ବଲିଉଡ୍‌ରେ କଳାକାରଙ୍କ ଜୀବନର ଏମିତି ବହୁ ଲୁକୟୀତ କାହାଣୀ ରହିଛି ଯାହାକୁ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଏକ ଘଟଣା ଘଟିଥିଲା କାଦର ଖାନ୍‌ଙ୍କ ଜୀବନରେ । ସେ ଅମିତାଭ୍‌ ବଚ୍ଚନଙ୍କୁ ‘ଅମିତ ଜୀ’ ନକହିବାରୁ ତାଙ୍କୁ ଫିଲ୍ମ ହରାଇବାକୁ ପଡିଥିଲା । କାଦର ଖାନ୍‌ କେବଳ ଜଣେ ହାସ୍ୟ ଅଭିନେତା ନଥିଲେ ସେ ସବୁ ପ୍ରକାର ଭୂମିକାକୁ ଭଲ ଭାବରେ କରିପାରୁଥିଲେ ।

kadar khan.JPG-3

ଖାଲି ସେତିକି ନୁହେଁ ସେ ଅମିତାଭ୍‌ ବଚ୍ଚନଙ୍କ ପାଇଁ ଫିଲ୍ମ ଡାଇଲଗ୍‌ ମଧ୍ୟ ଲେଖୁଥିଲେ । କହିବାକୁ ଗଲେ ଅମିତାଭଙ୍କୁ ଏଭଳି ଉଚ୍ଚତାରେ ପହଞ୍ଚାଇବାରେ କାଦର ଖାନ୍‌ଙ୍କର ଥିଲା ମୁଖ୍ୟ ଭୁମିକା । କାଦର ଖାନ୍‌ ଆଜି ଆମ ଗହଁଣରେ ନାହାଁନ୍ତି । ହେଲେ ସେ କହିଥିବା ସେଦିନର ଭିଡିଓ ସୋସିଆଲ୍‌ ମଡିଆରେ ଆଜି ଭି ମହଜୁଦ୍‌ ରହିଛି ।

kadar khan.JPG-2

ସେ କହିଥିଲେ, ‘ଅମିତାଭଙ୍କୁ ଅମିତଜୀ ନକହିବାରୁ ତାଙ୍କୁ ଫିଲ୍ମ ମିଳିବା ବନ୍ଦ ହୋଇଯାଇଥିଲା । ମୁଁ ଅମିତାଭ୍‌ଙ୍କୁ ଅମିତ କହି ଡାକୁଥିଲି । ସମସ୍ତେ ତାଙ୍କୁ ସାର୍‌ଜୀ ଓ ଅମିତ ଜୀ ବୋଲି ଡାକୁଥିଲେ । କେବଳ ଏହି କାରଣରୁ ମୁଁ ତାଙ୍କ ଗ୍ରୁପ୍‌ରେ ରହିପାରି ନଥିଲି । ମୋତେ ଫିଲ୍ମ ମିଳିବା ବନ୍ଦ ହୋଇଯାଇଥିଲା ।’

kadar khan.JPG-1

କାଦର ଖାନ୍‌ ଆହୁରି କହିଥିଲେ, ‘କେହି କେବେ ନିଜ ସାଙ୍ଗ କିମ୍ବା ଭାଇକୁ ଅନ୍ୟ କୈାଣସି ନାମରେ ଡାକିପାରେ । ସେଥିପାଇଁ ମୁଁ ତାଙ୍କର ‘ଖୁଦା ଗବାହ’ ଫିଲ୍ମରେ ରହିପାରିଲି ନାହିଁ । ’

kadar khan

ବହୁତ କମ୍‌ ଲୋକ ଏହା ଜାଣନ୍ତି ଯେ କାଦର ଖାନ୍‌ଙ୍କୁ ରାଜେଶ ଖାନ୍ନା ରୋଟି ଫିଲ୍ମରେ ଡାଇଲଗ୍‌ ଲେଖିବାକୁ ବ୍ରେକ୍‌ ଦେଇଥିଲେ । କାଦର ଖାନ୍‌ ରାଜେଶ ଖାନ୍ନାଙ୍କ ସବୁ ଫିଲ୍ମରେ ସଂଳାପ ଲେଖିବା ସହ ଜିତେନ୍ଦ୍ର ଓ ଶ୍ରୀଦେବୀଙ୍କ ସବୁ ଫିଲ୍ମ ପାଇଁ ସଂଳାପ ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.