ବାଲେଶ୍ବର: ଜିଲ୍ଲା ଯୋଗାଣ ଅଧିକାରୀ ମିର୍‌ ରାଜା ଅଲ୍ଲୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ,୨ ଲକ୍ଷ ୩୪ ହଜାର ୯୦୦ ଟଙ୍କା ଜବତ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ୱର ଯୋଗାଣ ଅଫିସରେ ଭିଜିଲାନ୍ସ ରେଡ୍‌ । ଜିଲ୍ଲା ଯୋଗାଣ ଅଧିକାରୀ ମିର୍‌ ରାଜା ଅଲ୍ଲୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି । ଜବତ ହୋଇଛି ୨ ଲକ୍ଷ ୩୪ ହଜାର ୯୦୦ ଟଙ୍କା । ଟଙ୍କା ଜବତ ପରେ ଭିଜିଲାନ୍ସ ଦ୍ଵାରା ଅଧିକ ଛନ୍‌ ଭିନ ଜାରି ରହିଛି ।

ଜିଲ୍ଲା ଯୋଗାଣ ଅଧିକାରୀ ଏତେ ସବୁ ଟଙ୍କା କେଉଁଠୁ ଆଣିଲେ ତାକୁ ନେଇ ଭିଜିଲାନ୍ସ ଛନ୍‌ ଭୀନ ଜାରି ରଖିଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ଜବତ ଟଙ୍କାକୁ ନେଇ ଅସ୍ୱୀକାର କରିଛନ୍ତି । କହିଛନ୍ତି ଟଙ୍କା କେଉଁଠୁ ଆସିଲା ସେ ବାବଦରେ ସେ ଜାଣି ନାହାନ୍ତି ।

Leave A Reply

Your email address will not be published.