Below header

ହିନ୍ଦ ଓ ପ୍ରଶାନ୍ତ ମହାସାଗରରେ ବଢିବ ଭାରତର ଶକ୍ତି, ସମୁଦ୍ରକୁ ଓହ୍ଲାଇବ INS ବିଶାଖାପଟନମ୍‌

କେନ୍ୟୁଜ୍(ବ୍ୟୁରୋ): ବଢିବ ଭାରତୀୟ ନୌସେନାର ଶକ୍ତି। ସମୁଦ୍ରକୁ ଓହ୍ଲାଇବ ଦେଶର ନୂଆ ରକ୍ଷକ। ନୌସେନା ଦିବସ ପୂର୍ବରୁ ସାମିଲ ହେବ INS ବିଶାଖାପଟନମ୍‌। ହିନ୍ଦ ଓ ପ୍ରଶାନ୍ତ ମହାସାଗରରେ ବଢିବ ଭାରତର ଶକ୍ତି। ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ INS ବିଶାଖାପାଟନମକୁ ଆଜି ନୌସେନାରେ ସାମିଲ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

ବାୟୁସେନାର ଆକ୍ରମଣରୁ ବର୍ତ୍ତିବା ପାଇଁ ଏଥିରେ ୩୨ବାରାକ୍‌ ମିସାଇଲ୍‌ ଖଞ୍ଜା ଯାଇଛି। ସମୁଦ୍ର ତଟରେ ସମ୍ମୁଖରୁ ଆସୁଥିବା ସମସ୍ତ ଶତ୍ରୁକୁ ଧ୍ୱଂସ କରିବାର କ୍ଷମତା ରଖିଛି INS ବିଶାଖାପାଟନମ। ଏହାର ଓଜନ ୭ହଜାର ୪୦୦ ଟନ୍‌, ଲମ୍ବ ହେଉଛି ୧୬୩ମିଟର ଓ ଚଉଡା ୧୭ ମିଟର। ନୌସେନାରେ INS ବିଶାଖାପାଟନମ ସାମିଲ ହେବା ପରେ ଆହୁରି ଶକ୍ତିଶାଳୀ ହେବ ଭାରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.