କଟକ: ଶିବ ମନ୍ଦିର ନିକଟରୁ ୧୫ ଫୁଟର ଅଜଗର ସାପ ଉଦ୍ଧାର, ଜଙ୍ଗଲରେ ଛାଡିଲା ବନବିଭାଗ

ଚୌଦ୍ୱାର(କେନ୍ୟୁଜ୍):   ୧୫ଫୁଟର ଅଜଗର ଉଦ୍ଧାର । କଟକ ଜିଲ୍ଲା ଚୌଦ୍ୱାର ଥାନା ବାଣିପଦା ଶିବ ମନ୍ଦିର ନିକଟରୁ ଏକ ୧୫ ଫୁଟର ଅଜଗର ଉଦ୍ଧାର ହୋଇଛି । ମନ୍ଦିର ନିକଟରେ ଥିବା କଂକ୍ରିଟ ରାସ୍ତା ଦେଇ ସାପଟି ପାର ହେଉଥିବା ବେଳେ କିଛି ବାଇକ ଚାଳକ ଦେଖିଥିଲେ । ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ସାପଟିକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଫରେଷ୍ଟର ଓ ବନରଖି ପହଞ୍ଚି ସାପଟିକୁ ନେଇ ନିକଟ ଜଙ୍ଗଲରେ ଛାଡି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.