ଚୀନରୁ ଆସିଲା ହସ୍ପିଟାଲ ଭିତରର ଭୟାବହ ଦୃଶ୍ୟ, ଏପରି ଅବସ୍ଥାରେ ରହୁଛନ୍ତି କରୋନା ରୋଗୀ
କରୋନା ଭାଇରସର ଉତ୍ପାତ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଚୀନ ଦୁନିଆ ଆଗରେ ଯେଉଁ ମୃତ୍ୟୁ ହାର ରଖିଛି ତାହା ମିଛ ବୋଲି ମଧ୍ୟ ଅନେକ ସୂତ୍ରରୁ ସୂଚନା ମିଳିଛି । ପ୍ରକୃତରେ ଏହି ଭାଇରସ ଚୀନରେ ମୃତ୍ୟୁର ତାଣ୍ଡବଲୀଳା ରଚୁଛି । ସୂଚନା ଠାରୁ ଢେର ଗୁଣା ଅଧିକ ଲୋକଙ୍କ ମୃତ୍ୟୁ ଏହି ଭାଇରସ କାରଣରୁ ହୋଇସାରିଛି । ଶ୍ମଶାନ ଘାଟର ୱାର୍କର ମାନଙ୍କ କହିବା ଅନୁଯାୟୀ କେବଳ ବୁହାନ ସହରରୁ ହିଁ ପ୍ରତିଦିନ ୧୦୦ ଲୋକଙ୍କ ଶବ ସତ୍କାର କରାଯାଉଛି । ଏଥିରୁ ଅନୁମାନ କରାଯାଇପାରୁଛି ଯେ ପ୍ରକୃତରେ ଆଜି ପର୍ଯ୍ୟନ୍ତ କେତେ ମାତ୍ରାରେ ଲୋକ ଏହି ଭାଇରସ କାରଣରୁ ମୃତ୍ୟୁବରଣ କରିସାରିଛନ୍ତି । ତେବେ ନିକଟରେ ସୋସିଆଲ ମିଡିଆରେ ଚୀନର ସେହି କ୍ୟାମ୍ପର ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଠି କରୋନା ଭାଇରସ ରୋଗୀଙ୍କର ଚିକିତ୍ସା କରାଯାଉଛି । ଯେଉଁଠି ଏପରି ଅବସ୍ଥାରେ ରହିବାପାଇଁ ବାଧ୍ୟ ହେଉଛନ୍ତି ଲୋକେ ।
ଚୀନ କରୋନା ଭାଇରସ ରୋଗୀଙ୍କ ପାଇଁ ମାତ୍ର ୧୦ ଦିନ ମଧ୍ୟରେ ଏକ ହସ୍ପିଟାଲ ତିଆରି କରିଥିଲା । ୧୦୦ ବେଡ଼ ବିଶିଷ୍ଟ ଏହି ହସ୍ପିଟାଲ ବହୁତ ଚର୍ଚ୍ଚାରେ ମଧ୍ୟ ରହିଥିଲା । ଏହାବ୍ୟତୀତ ଚୀନ ୧୩୨ଟି ଆଇସୋଲେସନ କ୍ୟାମ୍ପ ମଧ୍ୟ ପ୍ରସ୍ତୁତ କରିଥିଲା ଯେଉଁଠି କରୋନାଭାଇରସ ରୋଗୀଙ୍କର ଚିକିତ୍ସା କରାଯାଉଛି । ଏଠାକୁ ଆଉ କାହାକୁ ଆସିବାପାଇଁ ମଧ୍ୟ ଅନୁମତି ନାହିଁ । ଏହି କ୍ୟାମ୍ପରେ ୨୫,୮୭୦ ବେଡ଼ ରହିଛି କିନ୍ତୁ ବର୍ତ୍ତମାନ ଚୀନରେ ଏହି ଭାଇରସରେ ଏତେ ମାତ୍ରାରେ ସଂକ୍ରମିତ ହୋଇଯାଇଛି ଯେ ଏହି ବେଡ଼ ମଧ୍ୟ ଲୋକମାନଙ୍କ ପାଇଁ କମ ପଡିଯାଇଛି ।
ସରକାରୀ ସୂଚନା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୧୧୦୦ ଲୋକ ଏହି ଭାଇରସ କାରଣରୁ ମୃତ୍ୟୁବରଣ କରିଛନ୍ତି ଏବଂ ୪୩,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି । ଯାହାକି ରୋଗୀସଂଖ୍ୟା ତୁଳନାରେ ବହୁତ କମ । ସେଥିପାଇଁ ବଡ଼ ବଡ଼ ହଲରେ ବେଡ଼ ଲଗାଇ ସେଠାରେ ରୋଗୀଙ୍କ ଚିକିତ୍ସା କରାଯାଉଛି । ଏଥିରେ ରୋଗୀମାନଙ୍କୁ ଏକ କମ୍ବଳ ଓ ତକିଆ ଦିଆଯାଉଛି । ରୋଗୀଙ୍କ ବେଡ଼ ବହୁତ ପାଖାପାଖି ରହିଛି ଏପରିକି ଗୋଟେ ଚ୍ୟାମ୍ବରରେ ପ୍ରାୟ ୩୦ ରୁ ୪୦ଟି ବେଡ଼ ରହିଛି ।
ଏହି ରୋଗୀଙ୍କର ସ୍ୱାସ୍ଥ୍ୟରେ ସୁଧାର କିପରି ଆସିବା ତାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି । କିନ୍ତୁ ସ୍ଥାନ କମ ଥିବା କାରଣରୁ ଏହିରୋଗୀଙ୍କୁ ଏପରିଭାବେ ରଖାଯାଇଛି । ସୂଚନା ଅନୁଯାୟୀ ଏହି ଭାଇରସ ମାତ୍ର ୧୫ ସେକେଣ୍ଡରେ ଅନ୍ୟ ଜଣକୁ ସଂକ୍ରମିତ ହୋଇଥାଏ । ସେଥିପାଇଁ ଏଥିରେ ସଂକ୍ରମିତ ହୋଇଥିବା ଲୋକଙ୍କୁ ଦୁରେଇ ରଖାଯାଉଛି ।
ତେବେ ଏହି ଭାଇରସ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟୀକା ବାହାର କରାଯାଇପାରିନାହିଁ ଯାହାକି ବର୍ତ୍ତମାନ ସବୁଠାରୁ ଚିନ୍ତାର ବିଷୟ ପାଲଟିଛି । ଚୀନର ବୁହାନ ସହରରେ ଥିବା ଫିସ ମାର୍କେଟରୁ ଏହି ଭାଇରସ ପ୍ରଥମେ ଚିହ୍ନଟ କରାଯାଇ ଥିଲା ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଦେଶକୁ ବ୍ୟାପି ସାରିଲାଣି ।