ଆଉ ଏକ ବାଳିକା ଗୃହର ଯାଞ୍ଚ : ଏଥର ଯୋଗୀଙ୍କ ଉତ୍ତର ପ୍ରଦେଶ ଦେବରିୟାରେ

ବିହାରର ମୁଜାଫରପୁର ପରେ ଉତ୍ତର ପ୍ରଦେଶର ଦେବରିୟା ଜିଲ୍ଲାରେ ସମାନ ଘଟଣା । ଏଠିବି ସେଲଟର ହୋମରେ ବାଳିକାଙ୍କୁ ଦେହ ବ୍ୟବସାୟରେ ଲଗାଯାଉଥିବା ଅଭିଯୋଗ ହୋଇଛି । ସଂପୃକ୍ତ ବାଳିକା ଗୃହ ବିରୋଧରେ ଅଭିଯୋଗ ଆସିବା ପରେ ଯାଞ୍ଚ ଆରମ୍ଭ ହୋଇଛି । ଏଠି ରହୁଥିବା ନାବାଳିକାମାନଙ୍କୁ ରାତିରେ ଦେହ ବ୍ୟବସାୟରେ ଲଗା ଯାଉଥିବା ଅଭିଯୋଗ ହୋଇଛି । ଏହି ବାଳିକା ଗୃହରୁ ଖସି ଆସି ଜଣେ ଝିଅ ପୋଲିସ୍‌ରେ କହିବା ପରେ ଗୁମର ପଦାରେ ପଡ଼ିଥିଲା । ସେଠାରେ ଥିବା ୨୪ ଜଣ ଝିଅଙ୍କୁ ମୁକ୍ତ କରାଯାଇଛି । ସେମାନଙ୍କ ଡାକ୍ତରୀ ପରୀକ୍ଷା କରାଯାଉଛି । ବେଆଇନ୍‌ ଭାବେ ଚାଲୁଥିବା ଏହି ବାଳିକା ଗୃହକୁ ବର୍ଷେ ପୂର୍ବରୁ ବିହାର ସରକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ ସାରିଥିଲେ । ତଥାପି ଚାଲିଥିଲା କାରବାର । ଉଭୟ ବିହାର ଓ ଉତ୍ତର ପ୍ରଦେଶ ଘଟଣାର ତଦନ୍ତ ଚାଲିଥିବା ବେଳେ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ଘଟଣା ଘଟୁଥାଇ ପାରେ ବୋଲି କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ କହିଛନ୍ତି । ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଘୃଣ୍ୟ ବୋଲି ମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.