Below header

ଇରାନ୍‌-ଆମେରିକା ଯୁଦ୍ଧ ସଙ୍କଟ: ଭାରତୀୟଙ୍କୁ ସାବଧାନ ରହିବାକୁ ସତର୍କ କଲା ବୈଦେଶିକ ମନ୍ତ୍ରାଳୟ, ସବୁ କିଛି ହୋଇପାରେ ମହଙ୍ଗା!

ଇରାକ୍‌ରେ ଥିବା ଆମେରିକାର ସାମରିକ ଘାଟି ଉପରେ ୧ ଡର୍ଜନେରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ ପରେ ଭାରତ ସମେତ ଦୁନିଆର ସମସ୍ତ ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଏଭଳି ସଙ୍କଟ ଯୋଗୁ ଭାରତରେ ପେଟ୍ରୋଲ, ଡିଜେଲ, ରୋଷେଇ ଗ୍ୟାସ୍‌ ସହ ସୁନା ଏବଂ ବିମାନ ଭଡ଼ା ମଧ୍ୟ ବୃଦ୍ଧି ଘଟିପାରେ।

ଅଶୋଧିତ ତୈଳ ଦର ବୃଦ୍ଧି ଘଟିଲା

ଭାରତ ନିଜର ଆବଶ୍ୟକ ମୁତାବକ ୮୫ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରିଥାଏ। ସେଥିମଧ୍ୟରୁ ଅଧିକରୁ ଅଧିକ ଅଶୋଧିତ ତୈଳ ଉପସାଗରୀୟ ଦେଶରୁ ଆସିଥାଏ। କୁଏତ୍‌, ଇରାକ୍‌, ୟୁଏଇ ଭଳି ଦେଶ ଭାରତକୁ ଅଶୋଧିତ ତୈଳ ରପ୍ତାନୀ କରିଥାଆନ୍ତି। ଏହି ତୈଳ ହୋର୍‌ମୁଜ ଉପସାଗରରୁ ଆସିଥାଏ। କିନ୍ତୁ ଏବେ ଇରାନ୍‌ ଖୁବ୍‌ଶୀଘ୍ର ହୋର୍‌ମୁଜ ଜଳପଥକୁ ବନ୍ଦ କରିଦେଇପାରେ। ଯଦି ଏହି ଜଳପଥ ବନ୍ଦ ହୋଇଯାଏ, ତେବେ ସାରା ବିଶ୍ୱରେ ତୈଳ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେବ। ହୋର୍‌ମୁଜ ଜଳପଥକୁ ତୈଳ ବ୍ୟାପାରର ସବୁଠାରୁ ପ୍ରମୁଖ ରାସ୍ତା ବୋଲି କୁହାଯାଏ।

କ୍ଷେପଣାସ୍ତ୍ର ମାଡ଼ ପରେ ଆମେରିକା ଏବଂ ଇରାନ୍‌ ମଧ୍ୟରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ଅଶୋଧିତ ତୈଳ ଦର ପ୍ରତି ବ୍ୟାରେଲ୍‌ ପିଛା ୨.୧୨ ଡଲାର୍‌ ବଢ଼ି ୭୨ ଡଲାର୍‌ ମୂଲ୍ୟରେ ପହଞ୍ଚିଛି।

ph2

ଭାରତରେ ମହଙ୍ଗା ହୋଇପାରେ ପେଟ୍ରୋଲ, ଡିଜେଲ

ଏଭଳି ପ୍ରତିକୂଳ ପରିସ୍ଥିତିର ପ୍ରଭାବ ଭାରତରେ ଦେଖିବାକୁ ମିଳିବ। କେଡିଆ କମୋଡିଟି ନିର୍ଦ୍ଦେଶକ ଅଜୟ କେଡିଆଙ୍କ କହିବା ମୁତାବକ, ବର୍ଷ ଆରମ୍ଭରୁ ପେଟ୍ରୋଲ, ଡିଜେଲ୍‌ ମୂଲ୍ୟରେ ବୃଦ୍ଧି ଘଟିଆସୁଛି। ତେବେ ବୁଧବାର ପେଟ୍ରୋଲ, ଡିଜେଲ୍‌ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି।

ଦିଲ୍ଲୀ, କଲିକତା, ମୁମ୍ବାଇ ଏବଂ ଚେନ୍ନାଇ, ଏହି ୪ଟି ମହାନଗରୀରେ ପେଟ୍ରୋଲ ମୂଲ୍ୟ ବିନା କୌଣସି ପରିବର୍ତ୍ତନରେ ଯଥାକ୍ରମେ ୭୫.୭୪ ଟଙ୍କା, ୭୮.୩୩ ଟଙ୍କା, ୮୧.୩୩ ଟଙ୍କା ଏବଂ ୭୮.୬୯ ଟଙ୍କା ପ୍ରତି ଲିଟର ରହିଛି। ସେହିଭଳି ଡିଜେଲ ଦର ପ୍ରତି ଲିଟର କ୍ରମଶଃ ୬୮.୭୯ ଟଙ୍କା, ୭୧.୧୫ ଟଙ୍କା, ୭୨.୧୪ ଟଙ୍କା ଏବଂ ୭୨.୬୯ ଟଙ୍କା ସ୍ଥିର ରହିଛି। ଏବେ ସଙ୍କଟ ଯୋଗୁ ପେଟ୍ରୋଲ ମୂଲ୍ୟ ଭବିଷ୍ୟତରେ ୯୦ ଟଙ୍କା ପ୍ରତି ଲିଟର ପହଞ୍ଚିଯାଇପାରେ। ଡିଜେଲ୍‌ ମୂଲ୍ୟ ମଧ୍ୟ ୮୫ ଟଙ୍କା ପ୍ରତି ଲିଟର ଛୁଇଁପାରେ।

ph1

ଟଙ୍କାର ମୂଲ୍ୟ କମିବ

କେଡିଆ କମୋଡିଟି ନିର୍ଦ୍ଦେଶକଙ୍କ କହିବା ମୁତାବକ, ଡଲାର୍‌ ତୁଳନାରେ ଟଙ୍କାର ମୂଲ୍ୟ ଆଗାମୀ ଭବିଷ୍ୟତରେ ଆହୁରି କମିଯାଇପାରେ। ବୁଧବାର ଟଙ୍କାର ମୂଲ୍ୟ ହ୍ରାସ ପାଇଛି। ଡଲାର୍‌ ତୁଳନାରେ ଟଙ୍କା ୧୯ ପଇସା ଦୁର୍ବଳ ହୋଇ ୭୨.୦୨ ସ୍ତରରେ ରହିଛି। ସେଠି ବିଗତ କାରବାରରେ ଡଲାର୍‌ ତୁଳନାରେ ଟଙ୍କା ୧୦ ପଇସା ମଜଭୁତ୍‌ ହୋଇ ୭୧.୮୩ ସ୍ତରରେ ବନ୍ଦ ହୋଇଥିଲା। ଯଦି ଇରାନ୍‌ ଏବଂ ଆମେରିକା ମଧ୍ୟରେ ସଙ୍କଟ ବଢ଼ିଯାଏ, ତା’ହେଲେ ଟଙ୍କା ୭୪ ପଯ୍ୟର୍ନ୍ତ ଯାଇପାରେ।

ସୁନା, ରୂପା ମୂଲ୍ୟ ବୃଦ୍ଧି ଘଟିବ

ଏହି ସଙ୍କଟର ପ୍ରଭାବ ସୁନା, ରୂପା ମୂଲ୍ୟରେ ମଧ୍ୟ ଦେଖିବାକୁ ମିଳିବ। ଆଗାମୀ ଦିନରେ ସୁନା ପ୍ରତି ୧୦ ଗ୍ରାମ ୪୪ ହଜାର ଟଙ୍କା ପଯ୍ୟର୍ନ୍ତ ପହଞ୍ଚିଯାଇପାରେ। ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନା ୧୭୫୦ ଡଲାର୍‌ ପ୍ରତି ଓଉନ୍ସ ପଯ୍ୟର୍ନ୍ତ ଯାଇପାରେ। ସେହିପରି ରୂପା ୨୦ ଡଲାର୍‌ ପାର୍‌ ହୋଇଯାଇପାରେ।

ph3

୨୦୧୭ରେ ୧.୭୨ କୋଟି ବ୍ୟାରେଲ୍‌ ଅଶୋଧିତ ତୈଳର ପରିବହନ

ସମୁଦ୍ର ପଥ ମାଧ୍ୟମରେ ହେଉଥିବା ପାଖାପାଖି ଏକ ତୃତୀୟାଂଶ ତୈଳ କାରବାର ହୋର୍‌ମୁଜ ଜଳପଥରେ ହୋଇଥାଏ। The United States Energy Information Administrationର ଆକଳନ ଅନୁସାରେ, ୨୦୧୬ରେ ଏହି ଜଳମାର୍ଗରେ ପ୍ରତ୍ୟେକ ଦିନ ୧.୮୫ କୋଟି ବ୍ୟାରେଲ୍‌ ଅଶୋଧିତ ତୈଳ କାରବାର ହୋଇଥିଲା। ଏହି ସାଗର ଜରିଆରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଉଥିବା ମୋଟ ତୈଳର ପରିମାଣ ପାଖାପାଖି ୩୦ ପ୍ରତିଶତ ଅଟେ। ବର୍ତ୍ତମାନ ବିଶ୍ୱ ବଜାରରେ ଅଶୋଧିତ ତୈଳର ବ୍ୟବହାର ପାଖାପାଖି ୧୦ କୋଟି ବ୍ୟାରେଲ। ଏଭଳି ଭାବେ ବିଶ୍ୱ ସ୍ତରରେ ପାଖାପାଖି ୨୦ ପ୍ରତିଶତ ଅଶୋଧିତ ତୈଳ ଏଠାରୁ ରପ୍ତାନୀ ହୋଇଥାଏ।

TURKEY USA IRAN CRISIS DIPLOMACY

ବିମାନ ଭଡ଼ା ବୃଦ୍ଧି ଘଟିବ

ବିମାନ ନିୟାମକ ‘ଡିଜିସିଏ’ ତାଜା ସଙ୍କଟକୁ ନଜରରେ ରଖି ସମସ୍ତ ଏୟାରଲାଇନ୍‌ କମ୍ପାନୀକୁ ଉପସାଗରୀୟ ଦେଶର ବିମାନ ସୀମାକୁ ବ୍ୟବହାର କରିବାକୁ ମନା କରିଦେଇଛି। ଯେମିତି ଏବେ ଆମେରିକା, ୟୁରୋପ ଏବଂ ରୁଷ ଯିବାକୁ ଥିବା ବିମାନ ଦୁବାଇରୁ ରାସ୍ତା ନେଇପାରିବେ ନାହିଁ।

ବିମାନଗୁଡ଼ିକୁ ଅନ୍ୟ ରୁଟ୍‌ ନେବାକୁ ପଡ଼ିବ। ଏଥିରେ ଅଧିକ ସମୟ ଲାଗିବ ଏବଂ ଭଡ଼ା ମଧ୍ୟ ବଢ଼ିବ। ବୈଦେଶିକ ମନ୍ତ୍ରାଳୟର କହିବା ଅନୁସାରେ, ଇରାକ୍‌ର ସ୍ଥିତିକୁ ନଜରରେ ରଖି ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଉଛି। ସେମାନେ ସତର୍କ ରୁହନ୍ତୁ ଏବଂ ଇରାକ୍‌ ଆଡ଼କୁ ଯାତ୍ରା ନ କରନ୍ତୁ।

ମନ୍ତ୍ରାଳୟ ପକ୍ଷରୁ ଆହୁରି କୁହାଯାଇଛି, ବାଗଦାଦ୍‌ରେ ଥିବା ଆମ ଦୂତାବାସ ଏବଂ ଏରବିଲ୍‌ର ବାଣିଜ୍ୟ ଦୂତାବାସ ଇରାକ୍‌ରେ ରହୁଥିବା ଭାରତୀୟମାନଙ୍କୁ ସମସ୍ତ ସେବା ପ୍ରଦାନ କରିବା ପାଇଁ କାମ ଜାରି ରଖିବେ। ଏହା ପୂର୍ବରୁ ମଧ୍ୟ ୨୦୧୯ ଜୁନ୍‌ରେ ‘ଡିଜିସିଏ’ ଇରାନ୍‌ ଉପରେ ଉଡ଼ାଣ ନ ଭରିବାକୁ ନିର୍ଦ୍ଦେଶ ଜାରି କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.