Below header

ଇରାନ ଖ୍ୟାତନାମା ପରମାଣୁ ବୈଜ୍ଞାନିକ ମୋହସିନ୍‌ ଫଖରିଜାଦେହଙ୍କୁ ଦିନ ଦ୍ୱିପ୍ରହରରେ ଗୁଳିକରି ହତ୍ୟା, ଇସ୍ରାଏଲର ହାତ ଥିବା ନେଇ ସନ୍ଦେହ

ଇରାନର “ପରମାଣୁ ବୋମା କାର୍ଯ୍ୟକ୍ରମ ଜନକ” ଭାବେ ଜଣା ପ୍ରସିଦ୍ଧ ବୈଜ୍ଞାନିକ ମୋହସିନ୍‌ ଫଖରିଜାଦେହଙ୍କୁ ଶୁକ୍ରବାର ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ ଦୁବୃତ୍ତ ମାନେ ଦିନ ଦ୍ବିପହରରେ ଇରାନର ଅବିସ୍ୱାର୍ଡ ସହରର ବିଚ ରାସ୍ତାରେ ଘଟାଇଛନ୍ତି । ଏହି ସହର ଇରାନ ରାଜଧାନୀ ତେହରାନ ଠାରୁ ପ୍ରାୟ 50 ମାଇଲ ଦୂରରେ ଅବସ୍ଥିତ । ଏହି ହୃଦୟ ବିଦାରକ ଘଟଣା ପାଇଁ ଇରାନ ସରକାର ଇସ୍ରାଏଲ ଗୁଇନ୍ଦା ବିଭାଗ “ମୋସାଦ” ଥିବା ନେଇ ସନ୍ଦେହ କରାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଆକ୍ରମଣ କାରୀ ମାନେ ମୋହସିନ୍ଙ୍କ ଗାଡ଼ି ଉପରେ ଅତର୍କିତ ଗୁଳି ଚାଳନା କରିଥିଲେ । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ଇରାନର ଏହି ପ୍ରସିଦ୍ଧ ବୈଜ୍ଞାନିକଙ୍କ ମୃତ୍ୟୁ ପରେ ଏସିଆର ପଶ୍ଚିମ ପ୍ରାନ୍ତରେ ଯୁଦ୍ଧ ଆଶଙ୍କା ଦେଖାଦେଇଛି ।

ଇରାନ ବିଦେଶ ମନ୍ତ୍ରୀ ଏହାକୁ ଆତଙ୍କବାଦୀଙ୍କ ଚକ୍ରାନ୍ତ ବୋଲି କହିଥିବା ବେଳେ ସିଧାସଳଖ ଇସ୍ରାଏଲ ଏଥିପାଇଁ ଦାୟୀ କରିଛନ୍ତି ।  କିନ୍ତୁ ଏହି ଘଟଣାକୁ ନେଇ ଇସ୍ରାଏଲ ନିଜ ତରଫରୁ କୌଣସି ପକ୍ଷ ରଖିନାହିଁ ।  ଏହା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ, ଆମେରିକା ବିଦେଶ ମନ୍ତ୍ରୀ, ସାଉଦି ଆରବ ରାଜକୁମାରଙ୍କର ଏକ ଗୋପନୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।  ଏହି ବୈଠକ ହତ୍ୟାକାଣ୍ଡ ପଛର ପ୍ରମୁଖ କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।  କହିରଖିବା ଉଚିତ ହେବକି ମୋହସିନ୍‌ ଫଖରିଜାଦେହ ଇରାନରେ ପରମାଣୁ ହାତ ହଥିୟାରକୁ ନେଇ ଏକ କାର୍ଯ୍ୟକ୍ରମ “ଅମାଦ” ବା “ହୋପ”ର ନେତୃତ୍ୱ ନେଇଥିଲେ ।  ଏହି କାରଣରୁ ତାଙ୍କୁ “ପରମାଣୁ ବୋମା କାର୍ଯ୍ୟକ୍ରମ ଜନକ” ଆଖ୍ୟା ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.