ଯାହା ଭାରତରେ ବେଆଇନ୍‌ ତାହା ପାକିସ୍ତାନରେ ଆଇନ୍‌, ଏଠି ଉପହାର ଦିଆଯାଉଛି AK-47, ଆତଙ୍କବାଦୀ ସୃଷ୍ଟି ନହେବେ କେମିତି ?

ମଝିରେ ମଝିରେ ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ବେଶ୍‌ କିଛି ରୋଚକପୂର୍ଣ୍ଣ ଭିଡିଓମାନ ସେୟାର କରିଥାନ୍ତି । ଏହାକୁ ନେଇ ଚର୍ଚ୍ଚା ବି ଜୋର ଧରେ । କିନ୍ତୁ ଏଥର ସେ ପଡୋଶୀ ପାକିସ୍ତାନ ରେ ଅନୁଷ୍ଠିତ ହୋଇଥିବା ଏକ ବିବାହ ଉତ୍ସବର ଭିଡିଓ ସେୟାର କରିଛନ୍ତି । ଏହି ଭିଜୁଆଲ୍‌ଟି ଏଇଥି ପାଇଁ ଆମ ଭାରତୀୟଙ୍କ ନିମନ୍ତେ ଖାସ୍‌ କାରଣ ଆମେ ସବୁବେଳେ ପାଟି କରି ଆସୁଛୁ ଯେ ଭାରତରେ ଆତଙ୍କବାଦ ପାଇଁ ପାକିସ୍ତାନ ଦାୟୀ । ତାର ଆଉ ଏକ ଉଦାହରଣ ଏଇ ବାହାଘରରେ ଦେଖିବାକୁ ମିଳିଛି । ଏହି ବାହାଘର ବେଳେ ବରକୁ ଜଣେ ଅତିଥି ଏକ ବିଶେଷ ଉପହାର ଦେଉଛନ୍ତି । ଯାହାକୁ ଦେଖିଲେ ଆପଣଙ୍କ ଛାତି ଦୁଲୁକି ଯିବ । ଛନକା ପଶିଯିବ । ଏମିତି ସେମିତି ଉପହାର ନୁହେଁ, ପୂରା ଭୟଙ୍କର ଗିଫ୍ଟ । ଉପହାରଟି ହେଉଛି AK-47 ଆସଲଟ ରାଇଫଲ ।

ବର କନ୍ୟା ଷ୍ଟେଜ ଉପରେ ଏକା ସାଥିରେ ବସିଥିବା ସମୟରେ ଜଣେ ମହିଳା ଆସି ଦୁହିଁଙ୍କୁ ଶୁଭକାମନା ଜଣାଇବା ସହ ହସି ହସି ବର ହାତରେ ରାଇଫଲଟିକୁ ଭେଟି ଦେଉଛନ୍ତି । ଆଉ ଏହି ଦୃଶ୍ୟକୁ ଦେଖି ବିବାହ ଉତ୍ସବରେ ଉପସ୍ଥିତ ଥିବା ଅନ୍ୟାନ ଅତିଥିମାନେ ଯେମିତି ଭାରି ଖୁସି ଥିଲେ । ସମସ୍ତେ ଜୋର ଜୋରରେ ତାଳି ମାରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି । AK-47 ରଖିଥିବା ଦୋଷରେ ଆମ ବଲିଉଡ୍‌ ଷ୍ଟାର ସଞ୍ଜୟ ଦତ୍ତ ଜେଲ୍‌ ଭେଗିଛନ୍ତି । ଏହାକୁ କୌଣସି ସାଧାରଣ ଲୋକ ପାଖରେ ରଖିବା ଏକ ବଡ଼ ଅପରାଧ । ହେଲେ ସେହି ମାରଣାସ୍ତ୍ରକୁ ପାକିସ୍ତାନରେ ଉପହାର ଦିଆଯାଉଛି । ତେଣୁ ଏଠି ବୋଧହୁଏ ଘରେ ଘରେ ଆତଙ୍କବାଦୀ ତିଆରି ହୁଅନ୍ତି । ଆଉ ତାକୁ ପ୍ରୋତ୍ସାହନ ବି ଦିଆଯାଏ ।

ଆଇପିଏସ ବୋଥରା ଏହି ଦୃଶ୍ୟକୁ ସେୟାର କରିବା ସହ କ୍ୟାପ୍ସନରେ ଏହାକୁ ପାକିସ୍ତାନର ଆତଙ୍କବାଦୀ ମାନସିକତା ବୋଲି ମତ ରଖିଛନ୍ତି । ଆଉ ମଧ୍ୟ କହିଛନ୍ତିକି, ପାକିସ୍ତାନର ଏହି ମାନସିକତା ପାଇଁ ହିଁ କେବଳ ପୃଥିବୀରେ ଆତଙ୍କରାଜ ଧୀରେ ଧୀରେ ବଢି ବଢି ଚାଲିଛି । ଏହି ଭିଡିଓଟି ସେୟାର ହେବା ମାତ୍ରେ ୨୪ ଘଣ୍ଟା ଭିତରେ ୩୩ ହଜାର ଥରରୁ ଅଧିକ ଥର ଦେଖାଯାଇଛି । ଅନେକ କମେନ୍ଟ ମଧ୍ୟ ମିଳିଛି । ବିବାହ ଉତ୍ସବରେ ଉପହାର ଦେବା ତ ଅତି ସାଧାରଣ କଥା । କିନ୍ତୁ AK-47 ରାଇଫଲ ଭେଟି ଆକାରରେ ଦେବା ଘଟଣା ହୁଏତ ପୂର୍ବରୁ କେବେ ଘଟିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.