ଆଇଏସ୍‌ରେ ମିଶୁଛନ୍ତି ଆଫଗାନ ଗୁପ୍ତଚର, ୬ ମାସ ମଧ୍ୟରେ ଆମେରିକା ଉପରେ ଆକ୍ରମଣ କରିବାକୁ ଯୋଜନା

ନୂଆଦିଲ୍ଲୀ : ଆଇଏସ୍‌ରେ ମିଶୁଛନ୍ତି ଆଫଗାନ ଗୁପ୍ତଚର। ଆଫଗାନ ଅକ୍ତିଆର କରିବା ପରେ ଆଫଗାନିସ୍ତାନ ସରକାରରେ ଗୁଇନ୍ଦା ବିଭାଗରେ କାମ କରୁଥିବା କର୍ମଚାରୀ ଏବେ ତାଲିବାନର ଟାର୍ଗେଟ ପାଲଟିଛନ୍ତି। ଫଳରେ ଆଫଗାନର ଗୁଇନ୍ଦା କର୍ମଚାରୀ ଆଇଏସ୍‌ଆଇଏସ୍‌ରେ ସାମିଲ ହେବା ଆରମ୍ଭ କରିଛନ୍ତି। ପୂର୍ବ ସରକାରର ଗୁପ୍ତ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି ତାଲିବାନ। ଏଥିନିମନ୍ତେ ସେ ଗୁଇନ୍ଦା କର୍ମଚାରୀଙ୍କ ତଲାସୀ ଆରମ୍ଭ କରିଛି। ଗୁପ୍ତଚରମାନେ ତାଲିବାନ ନିକଟରେ ଆତ୍ମସର୍ମପଣ କରନ୍ତୁ ବୋଲି ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି।

ଏହି ଗୁପ୍ତଚରମାନେ ଆମେରିକା ସେନା ଦ୍ୱାରା ତାଲିମ ପାଇଥିଲେ ବୋଲି କୁହାଯାଉଛି । ଏବେ ସେମାନେ ISIS-ଖୋରାସନରେ ସାମିଲ ହେଉଛନ୍ତି। ତାଲିବାନର ଶତ୍ରୁ ସଂଗଠନ ISISରେ ସାମିଲ ହୋଇ ତାଲିବାନ ବିରୋଧରେ ଲଢିବାକୁ ସେମାନେ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କ ପାଇଁ ଏହା ସର୍ବୋତ୍ତମ ବିକଳ୍ପ ବୋଲି ସେମାନେ ଭାବିନେଇଛନ୍ତି। ତାଲିବାନ କବଜା ପରେ ହଜାର ହଜାର ସୁରକ୍ଷାକର୍ମୀ, ପୋଲିସ ଓ ଗୁପ୍ତଚର ନିଜର ଚାକିରୀ ଓ ରୋଜଗାର ହରାଇଛନ୍ତି। ଏପରିସ୍ଥିତିରେ ସେମାନେ ଯଥେଷ୍ଟ ଦରମା ବଦଳରେ ISISରେ ସାମିଲ ହେଉଛନ୍ତି। ଏହା ଦ୍ୱାରା ISIS ଅଧିକ ଶକ୍ତିଶାଳୀ ହୋଇ ଉଠିଛି। ଏପରିକି ISIS ଆଗାମୀ ୬ମାସ ମଧ୍ୟରେ ଆମେରିକା ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଆମେରିକା ଗୁଇନ୍ଦା ସଂସ୍ଥା କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.