Below header

ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି ଇସ୍ରାଏଲ-ହମାସ ମଧ୍ୟରେ ଲାଗିଥିବା ଯୁଦ୍ଧ

ମହାଯୁଦ୍ଧର ରୂପ ନେବ କି ହମାସ-ଇସ୍ରାଏଲ ଯୁଦ୍ଧ ? ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଛି ସମରସଜ୍ଜା । ଇସ୍ରାଏଲ-ହମାସ ମଧ୍ୟରେ ଲାଗିରହିଥିବା ମହାସଂଗ୍ରାମ ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି । ହମାସ୍ ଆତଙ୍କବାଦୀଙ୍କୁ ନିପାତ କରିବା ପ୍ରତିଜ୍ଞାରେ ଅଟଳ ରହିଥିବା ଇସ୍ରାଏଲ ଗାଜାପଟିରେ ସର୍ଜିକାଲ ଷ୍ଟ୍ରାଇକ୍ ସହ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କରିବାକୁ ଯାଉଛି ।

ଏପଟେ ଇସ୍ରାଏଲକୁ ସମର୍ଥନ କରି ଆମେରିକା ସମେତ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ଏକାଠି ହେବାରେ ଲାଗିଛନ୍ତି । ଏଭଳି ସ୍ଥିତିରେ ତୃତୀୟ ବିଶ୍ବଯୁଦ୍ଧ ପାଇଁ ଆଶଙ୍କା ବଢିଛି । ଅନ୍ୟପକ୍ଷରେ ପାଲେଷ୍ଟାଇନ୍ ସମର୍ଥନରେ ଅନେକ ଇସଲାମିକ୍ ରାଷ୍ଟ୍ର ମଧ୍ୟ ମେଳି କରିବା ଆରମ୍ଭ କରିଛନ୍ତି । ପରସ୍ପର ବିରୋଧୀ ରାଷ୍ଟ୍ର ଏକାଠି ହେବାକୁ ଲାଗିଥିବାରୁ ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧକ୍ଷେତ୍ର ସୃଷ୍ଟି ହେବା ଆଶଙ୍କା ବଢୁଛି ।

ଆସନ୍ତା ବୁଧବାର ଇସଲାମିକ୍ ରାଷ୍ଟ୍ର ସମୂହଙ୍କ ମୁଖିଆ ସାଉଦି ଆରବ ଜରୁରୀ ବୈଠକ ଡକାଇଥିଲା ବେଳେ ବୈଠକରେ ଇସ୍ରାଏଲ ବିରୋଧରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ । ଅନ୍ୟପକ୍ଷରେ ଇରାନ ସମେତ ସିରିଆ, ଜୋର୍ଡାନ, ଇରାକ ଏବଂ ଲେବାନନ ଭଳି ଇସଲାମିକ୍ ରାଷ୍ଟ୍ରମାନଙ୍କ ପକ୍ଷରୁ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରାଯାଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.