ଗାଜାର ଇସ୍ଲାମିକ ବିଶ୍ୱବିଦ୍ୟାଳୟ ଉପରେ ଇସ୍ରାଏଲ୍ ବାୟୁସେନାର ରକେଟ୍ ମାଡ଼, ଏଠାରେ ଥିଲା ହମାସ୍ର ଆଡ୍ଡା
ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲର ରକେଟ୍ ଆକ୍ରମଣ ଜାରି ରହିଛି। ଇସ୍ରାଏଲ୍ ବାୟୁସେନା ସୂଚନା ଦେଇ କହିଛି ଯେ ସେମାନଙ୍କ ଯୁଦ୍ଧ ବିମାନ ଗାଜାର ଏକ ଇସ୍ଲାମିକ ବିଶ୍ୱବିଦ୍ୟାଳୟ ଉପରେ ବୋମା ପକାଇଛି। ଇସ୍ରାଏଲ୍ ବାୟୁସେନା ଦାବି କରିଛି ଯେ ଏହି ବିଶ୍ୱବିଦ୍ୟାଳୟ ହମାସ ଇଞ୍ଜିନିୟରମାନଙ୍କ ଟ୍ରେନିଂ ପାଇଁ ଏକ ବଡ଼ ଆଡ୍ଡାସ୍ଥଳୀ ଥିଲା। ହମାସ ଇଞ୍ଜିନିୟରମାନଙ୍କୁ ଏଠାରେ ତାଲିମ ଦିଆଯାଉଥିଲା।

ସେନା କହିଛି ଯେ ଫାଇଟର୍ ଜେଟ୍ ଏବେ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ଉପରେ ଆକ୍ରମଣ କରିଛି। ଇସ୍ରାଏଲ୍ ଦାବି କରିଛି, ଏହି ବିଶ୍ୱବିଦ୍ୟାଳୟ ଗାଜା ପାଇଁ ରାଜନୈତିକ ଏବଂ ସାମରିକ ୟୁନିଟ୍ ଭାବରେ କାର୍ଯ୍ୟ କରୁଥିଲା। ଏଠାରେ ଇଞ୍ଜିନିୟରମାନେ ତାଲିମ ନେବା ପରେ ହମାସ ପାଇଁ ଅସ୍ତ୍ରଶସ୍ତ୍ର ତିଆରି କରୁଥିଲେ।
ଇସ୍ରାଏଲ୍ ସେନା ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏହି ଆକ୍ରମଣର ଫଟୋ ଜାରି କରିଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଫଟୋ ଜାରି କରି କହିଛି ଯେ ହମାସ ଶିକ୍ଷାର କେନ୍ଦ୍ରକୁ ବିନାଶର କେନ୍ଦ୍ରରେ ପରିଣତ କରିଛି। କିଛି ସମୟ ପୂର୍ବରୁ ଆମ ସୈନ୍ୟବାହିନୀ ହମାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ଟାର୍ଗେଟ କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟକୁ ହମାସ୍ ଟ୍ରେନିଂ କ୍ୟାମ୍ପ୍ କରିଦେଇଥିଲା। ଏଠାରେ ଅସ୍ତ୍ରଶସ୍ତ୍ର ତିଆରି କରାଯାଉଥିଲା ଏବଂ ଲୋକମାନଙ୍କୁ ସାମରିକ ଗୁପ୍ତଚର ଶିକ୍ଷା ଦିଆଯାଉଥିଲା।
ସେପଟେ ଚତୁର୍ଥ ଦିନରେ ମଧ୍ୟ ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ୍ର ସେନା ଗାଜା ଷ୍ଟ୍ରିପ୍ର ଅନେକ ସ୍ଥାନକୁ ଧ୍ୱଂସ କରୁଛନ୍ତି।
Hamas transformed an institute of knowledge into an institute of destruction.
A short while ago, the IDF struck an important Hamas operational, political and military center in Gaza—the Islamic University.
Hamas transformed a university into a training camp for weapons… pic.twitter.com/pWKxR8Dhmd
— Israel Defense Forces (@IDF) October 11, 2023