ଯାଜପୁର ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟ ବ୍ରାହ୍ମଣୀ ନଦୀ ପଠାରେ ଅଘଟଣ: ଗାଧୋଇବା ବେଳେ ବୁଡ଼ି ୨ ଯୁବକ ମୃତ
ଆଜି କାମ ସାରି ନଦୀରେ ଗାଧୋଉ ଥିବା ବେଳେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଏ ନେଇ ଦମକଳ ବାହିନୀକୁ ଜଣାଇଥିଲେ ।
ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟ ବ୍ରାହ୍ମଣୀ ନଦୀ ପଠାରେ ଅଘଟଣ । ଗାଧୋଇବା ବେଳେ ବୁଡ଼ି ୨ ଯୁବକ ମୃତ । ମୃତକ ଯୁବକ ହେଲେ ଧର୍ମଶାଳା ଥାନା ଦେଓଦା ଅଂଚଳର ଗୋବିନ୍ଦ ରଣା ଓ ଜାରକା କୁମାରୀ ସୌମ୍ୟ ରଞ୍ଜନ ମହାରଣା । ଆଜି କାମ ସାରି ନଦୀରେ ଗାଧୋଉ ଥିବା ବେଳେ ବୁଡି ଯାଇଥିଲେ।
ସ୍ଥାନୀୟ ଲୋକେ ଏ ନେଇ ଦମକଳ ବାହିନୀକୁ ଜଣାଇଥିଲେ । ଅଗ୍ନିଶମ ବାହିନୀ ଆସିବା ପୂର୍ବରୁ ସ୍ଥାନୀୟ ଯୁବକମାନେ ଉଭୟଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । …