ଏସଡିଜେଏମ କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ, ଜେରାର ସମ୍ମୁଖୀନ ହେବେ ବର୍ଷା

ଘରୋଇ ହିଂସା ନେଇ ଜେରାର ସମ୍ମୁଖୀନ ହେବେ ବର୍ଷା। ଗତ କିଛି ଦିନ ହେବ ବର୍ଷାଙ୍କୁ ଶାନ୍ତିପୂର୍ଣ୍ଣ ବିଚ୍ଛେଦ ପାଇଁ ଅପିଲ କରୁଛନ୍ତି ଅନୁଭବ । ପ୍ରଥମେ ସୋସିଆଲ ମିଡିଆରେ ମେସେଜ କରି ଅପିଲ କରିଥିଲେ ।

କଟକ(କେନ୍ୟୁଜ୍): ଅଦାଲତରେ ହାଜର ହେଲେ ସେଲିବ୍ରିଟି କପଲ ବର୍ଷା – ଅନୁଭବ। ଏସଡିଜେଏମ କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି । ବର୍ଷାଙ୍କୁ ଜେରା କରିବେ ଅନୁଭବଙ୍କ ଓକିଲ । ଘରୋଇ ହିଂସା ନେଇ ଜେରାର ସମ୍ମୁଖୀନ ହେବେ ବର୍ଷା। ଗତ କିଛି ଦିନ ହେବ ବର୍ଷାଙ୍କୁ ଶାନ୍ତିପୂର୍ଣ୍ଣ ବିଚ୍ଛେଦ ପାଇଁ ଅପିଲ କରୁଛନ୍ତି ଅନୁଭବ । ପ୍ରଥମେ ସୋସିଆଲ ମିଡିଆରେ ମେସେଜ କରି ଅପିଲ କରିଥିଲେ । ଏହା ପରେ ଗତ କାଲି ଭିଡିଓ ବାର୍ତ୍ତା ଦେଇଥିଲେ । କହିଥିଲେ, ରାତିରେ ଶୋଇ ପାରୁନି ଆମ ପରିବାର । ବାପା, ମାଆ କି ଅନ୍ୟ କୌଣସି ସଦସ୍ୟ ଶୋଇ ପାରୁ ନାହାନ୍ତି ।

ବର୍ଷାଙ୍କୁ ଅନୁରୋଧ କରିଛନ୍ତି, ଭଲ ମଣିଷ ହିସାବରେ ଛାଡପତ୍ରକୁ ସ୍ବୀକାର କର । ଶାନ୍ତିଶୃଙ୍ଖଳାରେ ସହମତିରେ ଅଲଗା ହୋଇଯିବା । ସ୍ବାମୀ ସ୍ତ୍ରୀ ହୋଇ ରହିପାରିଲେ ନାହିଁ । ଭଲ ବନ୍ଧୁ ହୋଇ ରହିବାକୁ ବର୍ଷାଙ୍କୁ ନିବେଦନ କରିଛନ୍ତି । ସେହିପରି ଭିଡିଓରେ ପୁରୁଣା କଥାକୁ ମଧ୍ୟ ଦୋହରାଇଛନ୍ତି ଅନୁଭବ ମହାନ୍ତି । ସେ କହିଛନ୍ତି, ଯାହାବି କାରଣ ହେଉ ଆମ ବିବାହ ବିଫଳ ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.