କାର ଚୋରି କରିବାକୁ ଆସି ଟାକ୍ସି ଡ୍ରାଇଭରଙ୍କୁ ୨୦୦ ମିଟର ଘୋଷାଡି ନେଲା ଦୁର୍ବୃତ୍ତ, ଟାକ୍ସି ଡ୍ରାଇଭର ମୃତ
ଟାକ୍ସି ଡ୍ରାଇଭରଙ୍କୁ ୨୦୦ ମିଟର ଘୋଷାଡି ନେଲା କାର । କାର୍ ଲୁଟିବାକୁ ଆସିଥିବା ଦୁର୍ବୃତ୍ତକୁ ଟାକ୍ସି ଡ୍ରାଇଭର ବିରୋଧ କରିବାରୁ ତାଙ୍କୁ ଧକ୍କା ମାରି ୨୦୦ ମିଟର ଘୋଷାଡି ନେଇଥିଲା ଦୁର୍ବୃତ୍ତ । ଘଟଣାରେ ଟାକ୍ସି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।
ଦିଲ୍ଲୀରେ ପୁଣି ହିଟ୍ ଆଣ୍ଡ ରନ୍ ମାମଲା । ଦିଲ୍ଲୀର ବସନ୍ତ କୁଞ୍ଜ ନର୍ଥ ଥାନା ଅଞ୍ଚଳରେ ମହିପାଳପୁର ପାଖରେ ଥିବା ଏନଏଚ୮ ସର୍ଭିସ ଲାଇନରେ ଟାକ୍ସି ଡ୍ରାଇଭରକୁ ୨୦୦ ମିଟର ଘୋଷାଡି ନେଇଛି ଏକ କାର। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି, ଟାକ୍ସି ଡ୍ରାଇଭରକୁ ୨୦୦ ମିଟର ଘୋଷାଡି ନେଇଛି କାର । ଘଟଣାରେ ଟାକ୍ସି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଟାକ୍ସି ଡ୍ରାଇଭର କାରର ପଛ ଟାୟରରେ ଫସିଥିବାର ଭିଡିଓରେ ଦେଖିବାକୁ ମିଳିଛି । ଟାକ୍ସି ଡ୍ରାଇଭର କାରରେ ଫସିଥିବା ସତ୍ତ୍ୱେ କାର ଚାଳକ ଦ୍ରୁତ ଗତିରେ କାର ନେଇ ଚାଲିଯାଇଥିଲେ ।
ଘଟଣାଟି ରାତି ୧୧.୩୦ ମିନିଟରେ ଘଟିଛି । ଏନଏଚ ୮ ସର୍ଭିସ ଲାଇନରେ ମୃତଦେହ ପଡିଥିବା ପୋଲିସ ଦେଖିବାକୁ ପାଇଛି । ମୃତକଙ୍କ ବୟସ ୪୩ ବର୍ଷ ବିଜେନ୍ଦ୍ର ଭାବେ ହୋଇଛି । ବିଜେନ୍ଦ୍ର ଫରିଦାବାଦରେ ରହୁଛନ୍ତି । ପୋଲିସ ଏହି ଘଟଣା ନେଇ ମାମଲା ରୁଜୁ କରିବା ପରେ ଯାଞ୍ଚ ଆରମ୍ଭ କରିଛି ।
A viral video shows the body of a man being dragged by a car in Delhi.
The body of an unidentified male with injuries was found near the service road of NH8 on 10th October. The person was identified as a taxi driver with residence in Haryana’s Faridabad. Case registered under… pic.twitter.com/LAnEcTvq7H
— ANI (@ANI) October 11, 2023
ପୋଲିସ କହିବା ମୁତାବକ, ବିଜେନ୍ଦ୍ର ଜଣେ ଟାକ୍ସି ଡ୍ରାଇଭର । କାର୍ ଲୁଟିବାକୁ ଆସିଥିବା ଦୁର୍ବୃତ୍ତକୁ ଟାକ୍ସି ଡ୍ରାଭଇର ବିରୋଧ କରିବାରୁ ତାଙ୍କୁ ଧକ୍କା ମାରି ୨୦୦ ମିଟର ଘୋଷାଡି ନେଇଥିଲା ର୍ଦୁବୃତ୍ତ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଦିଲ୍ଲୀରେ ନୂଆବର୍ଷ ପାଳନ ସମୟରେ କାର ଜଣେ ଯୁବତୀଙ୍କୁ ଧକ୍କା ଦେଇ ୧୨ କିମି ଘୋଷାଡି ନେଇଥିଲା । ପୋଲିସକୁ ଯୁବତୀଙ୍କ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନ କରି ଅଭିଯୁକ୍ତକୁ ଗିରଫ କରିଥିଲା ।