Below header

୧୭ ହଜାର ଫୁଟ ଉଚ୍ଚରେ ଏମିତି ହୋଲି ପାଳିଲେ ITBP ଯବାନ, ଭିଡିଓ ଜିତିନେଲା ଲୋକଙ୍କ ହୃଦୟ

ସାରା ଦେଶରେ ହୋଲି ଉତ୍ସବ ବଡ଼ ଧୁମ୍‌ଧାମରେ ପାଳନ ହୋଇଛି। ସେପଟେ ସୋସିଆଲ ମିଡିଆରେ ITBP ଯବାନମାନଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ସେମାନେ ହୋଲି ଉତ୍ସବ ପାଳନ କରୁଥିବାର ନଜର ଆସୁଛନ୍ତି। ITBP ଯବାନ ଉକ୍ତ ଭିଡିଓରେ ଖୁବ୍‌ ମସ୍ତିରେ ଝୁମୁଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓକୁ ITBPର ଅଫିସିଆଲ ଟ୍ଵିଟର ଆକାଉଣ୍ଟରୁ ଶେୟାର କରାଯାଇଛି। ଏଥିରେ ଦେଖିବାକୁ ମିଳୁଛି କି, ଯବାନମାନେ ଲଦାଖରେ ୧୭ ହଜାର ଫୁଟ ଉଚ୍ଚରେ ହୋଲି ପାଳନ କରୁଛନ୍ତି। ସେମାନେ ନାଚ, ଗୀତରେ ମଜ୍ଜି ରହିଛନ୍ତି। ‘ଗଜବନ ପାନି ଲେ ଚଲି’ ଗୀତରେ ଠୁମ୍‌କା ଲଗାଉଛନ୍ତି। ଭିଡିଓକୁ ଦେଖିଲେ ଆପଣ ବି ଜାଣିପାରିବେ କି, ସେଠାକାର ପାଗ କେତେ ଥଣ୍ଡା? ସେଥିରେ ପୁଣି ଯବାନମାନେ ହୋଲି ସୁଯୋଗକୁ ଆଦୌ ହାତଛଡ଼ା କରିନାହାନ୍ତି।

ସୋସିଆଲ ମିଡିଆରେ ଲୋକେ ଏହି ଭିଡିଓକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏ ପର୍ଯ୍ୟନ୍ତ ଏହାକୁ ୮ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ଲୋକେ ଏହା ଉପରେ ଅନେକ କମେଣ୍ଟ ଦେବା ସହିତ ଯବାନମାନଙ୍କୁ ପ୍ରଶଂସା କରୁଛନ୍ତି ଏବଂ ସେମାନଙ୍କୁ ହୋଲି ଶୁଭକାମନା ବି ଜଣାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.