କର୍ଣ୍ଣାଟକ ଜେଲରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜୟେଶ କାନ୍ଥା ଦେଉଛି ନୀତିନ ଗଡକରୀଙ୍କୁ ହତ୍ୟା ଧମକ, ପୋଲିସର କାର୍ଯ୍ୟାକଳାପକୁ ନେଇ ଉଠୁଛି ପ୍ରଶ୍ନ

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା ଘଟଣାରେ ପୋଲିସ ବଡ ଖୁଲାସା କରିଛି। ଗଡକରୀଙ୍କୁ ଜୀବନରୁ ମାରିଦେବାକୁ କଲ୍‌ କରି ଧମକ ଦେଉଥିବା ବ୍ୟକ୍ତି ହେଉଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜୟେଶ କାନ୍ଥା । ସେ ଏବେ କର୍ଣ୍ଣାଟକର ବିଲଗାବୀ ଜେଲରେ ବନ୍ଦୀ ଭାବେ ରହିଛି। ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଉପରେ ପ୍ରଶ୍ନ ଉଠିଛି । ଜେଲ୍‌ ଭିତରୁ କିଭଳି ଗଡକରୀଙ୍କୁ ଧମକପୂର୍ଣ୍ଣ କଲ୍‌ ଜଣେ ଅପରାଧୀ କରିପାରିଲା ତାହାକୁ ନେଇ ପ୍ରଶ୍ନବାଚୀ ହୋଇଛି ।

ନାଗପୁରର ପୋଲିସ କମିଶନର କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ କୁଖ୍ୟାତ ଅପରାଧୀ ଜୟେଶ କାନ୍ଥା ଜେଲ ଭିତରେ ଥାଇ କଲ୍‌ କରିଥିଲା। ମାମଲାରେ ଛାନଭିନ ହେବା ପରେ ନାଗପୁର ପୋଲି ବେଲଗାବୀ ପାଇଁ ତଦନ୍ତ କରିବାକୁ ପହଞ୍ଚିଛି ।
ଫୋନ କଲ୍‌ ଖୁଲାସା ହେବା ପରେ ଜିଲ୍ଲା ପ୍ରଶାସନ ମଧ୍ୟ ସତର୍କ ରହିଛି । ଚଢଉ ହେବା ପରେ ପୋଲିସକୁ ଏକ ଡାଏରୀ ମିଳିଛି। ଯାହାକୁ ପୋଲିସ ଜବତ କରିଛି। ନାଗପୁର ପୋଲିସ ଅପରାଧୀକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି। ତେବେ ମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ କଲ୍‌ ଆସିବା ପରେ ନାଗପୁର ପୋଲିସ ନୀତିନ ଗଡକରୀଙ୍କ ଘର, ଅଫିସ ଏବଂ ଆଖପାଖରେ ସୁରକ୍ଷା ବଢାଇଦେଇଛି । ଫୋନ କରିଥିବା ବ୍ୟକ୍ତିର ଅଣ୍ଡରଓ୍ଵାଲର୍ଡ ଡନ୍‌ ଦାଉଦ ଇବ୍ରାହିମର ସଂପର୍କ ଥିବା ଆଲୋଚନା ହେଉଛି ।


ସୂଚନା ମୁତାବକ, ଧମକ ଦେଉଥିବା ଅଭିଯୁକ୍ତ ସକାଳ ୧୧.୨୫ ମିନିଟ, ୧୧.୩୨ ମିନିଟ୍‌, ୧୨.୩୨ ମିନିଟ୍‌ ରେ କଲ୍‌ ଆସିଥିଲା । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି ନୀତିନ ଗଡକରୀ । ଟ୍ଵିଟରରେ ତାଙ୍କର ୧୨ ମିଲିଅନରୁ ଅଧିକ ଫଲୋୟର୍ସ ରହିଛନ୍ତି । ମୋଦି ସରକାରରେ ସବୁଠାରୁ ଭଲ କାମ କରୁଥିବା ମନ୍ତ୍ରୀଙ୍କ ମଧ୍ୟରେ ଅନ୍ୟତମ ହେଉଛି ନୀତିନ ଗଡକରୀ । ତେବେ ମନ୍ତ୍ରୀଙ୍କୁ ଧମକ ମିଳିବା ପରେ ହଡକମ୍ପ ଦେଖାଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.