ଜମ୍ମୁ କଶ୍ମୀରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ ଅବଧି

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଉ ୬ ମାସ ବଢ଼ାଇ ଦିଆଯାଇଛି । ଆସନ୍ତା ଜୁଲାଇ ୩ ତାରିଖରେ ଏଠାରେ ରାଷ୍ଟ୍ରପତି ଶାସନ ଶେଷ ହୋଇଥାନ୍ତା । ତେବେ କେନ୍ଦ୍ର ସରକାର ଏହାକୁ ଆରି ବଢ଼ାଇ ଦେଇଛନ୍ତି । ଅବଶ୍ୟ ଏହି ବିଲ୍‌ ଉପସ୍ଥାପନ ବେଳେ ଏହା ବିରୋଧରେ ଆଜି ବିରୋଧୀ କଂଗ୍ରେସ ଦଳର ସଦସ୍ୟମାନେ ଖୁବ୍‌ ହଙ୍ଗାମା କରିଥିଲେ । ଅମିତ ଶାହ କହିଥିଲେ ଯେ ଆମେ ଆତଙ୍କବାଦ ବିରୋଧରେ ଲଢ଼େଇ କରୁଛୁ । ସେଥିଲାଗି କିଛି ଏଭଳି ପଦକ୍ଷେପ ନିଆଯାଉଛି । ତେବେ ନିର୍ବାଚନ କମିଶନ୍‌ ଯେବେ ଚାହିଁବେ ଜମ୍ମୁ କଶ୍ମୀରରେ ସେବେ ନିର୍ବାଚନ କରି ପାରିବେ ବୋଲି ଶାହ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.