ସ୍ନାନ ମଣ୍ଡପକୁ ଆସି ରାହୁଲକୁ ଉଦ୍ଧାର କରିଦେଇ ଗଲେ କାଳିଆ ଠାକୁର, ଛତିଶଗଡ଼ର ଜିଳ୍ଲାପାଳ କହିଲେ ସେ ନଚାହିଁଲେ କିଛି ବି ସମ୍ଭବ ନୁହେଁ

କେନ୍ୟୁଜ୍(ବ୍ୟୁରୋ): ସେ ବିସିଥିଲା ସ୍ନାନ ବେଦୀରେ । ଆଉ ଏପଟେ ନିରୀହ ଜୀବନ ଟିଏ ବଞ୍ଚାଇବାକୁ ଜି ଜାନ୍ ଲଗାଇଦେଇଥିଲେ ଏନଡିଆରଏଫ।  ସବୁ କିଛି ଯେମିତି ତାର ନିର୍ଦ୍ଦେଶରେ  ଘଟୁଥିଲା। କାରଣ କାଳିଆ ଠାକୁର ଯେତେବେଳେ ଅଣସର ଘରକୁ ଗଲେ ସେତେବେଳ ଠାରୁ ରାହୁଲକୂ ରେସ୍କ୍ୟୁ କରିବା ନେଇ ଭଲ ଖବର ଆସିବାକୁ  ଲାଗିଲା। ଠିକ୍ ରାତି ୧୨ଟାରେ ରାହୁଲକୁ ଉଦ୍ଧାର କରାଯାଇ ବାହାରକୁ ଅଣାଗଲା। ସବୁଠାରୁ ଆଶ୍ଚର୍ଯ୍ୟକର ଖବର ହେଉଛି, ଗାତ ଭିତରେ ଏକ ବିଷଧର ସାପଥିଲେ ମଧ୍ୟ ରାହୁଲକୁ ଟିକିଏ ବି କ୍ଷତି ପହଞ୍ଚାଇନାହିଁ।

ବୋଧେ ସେହି କାଳିଆ ଠାକୁର ସେହି ସାପଟିକୁ ପଠାଇଥିଲେ ରାହୁଲକୁ ଜଗି ରହିବା ପାଇଁ । ସେଥିପାଇଁ କେବଳ ଓଡିଶା ନୁହେଁ ଛତିଶଗଡ଼ରେ ବି ଶୁଭିଛି ଜୟ ଜଗନ୍ନାଥର ସ୍ବର। ଏମିତି କିଛି ଆଜି ଶୁଣିବାକୁ ମିଳିଛି ଜଗନ୍ନାଥ ପ୍ରେମୀଙ୍କ ମୁହଁରୁ। କେବଳ ସେତିକି ନୁହେଁ, ଖୋଦ ଛତିଶଗଡ଼ ଜାଞ୍ଜଗିରର ଜିଲ୍ଲାପାଳ ଜୀତେନ୍ଦ୍ର ଶୁକ୍ଳା ମଧ୍ୟ ଏହାକୁ ମାନିଛନ୍ତି । ସେ କହିଛନ୍ତି ଜଗନ୍ନାଥଙ୍କ କୃପାରୁ ଅପରେସନ ସଫଳ ହୋଇଛି। ରାହୁଲ ଭଲର ଭଲରେ ବୋରୱେଲରୁ ଉଦ୍ଧାର ହୋଇପାରିଛି।  ଓଡ଼ିଶାବାସୀଙ୍କ ପ୍ରାର୍ଥନା ଯୋଗୁଁ ରାହୁଳ ସୁରକ୍ଷିତ ଉଦ୍ଧାର ହୋଇଥିବା ସେ କହିଛନ୍ତି । ରେସ୍କ୍ୟୁ ଅପରେସନରେ ଓଡିଶାର ଟିମ ବି ସାମିଲ ଥିଲା। ଯାହା ଦ୍ବାରା ଉଦ୍ଧାର କାର୍ଯ୍ୟ ତ୍ବରିତ ବେଗରେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.