କରନବୀରଙ୍କ ନାମରେ ଠକେଇ ଅଭିଯୋଗ, ମହିଳାଙ୍କୁ ୧.୯୯ କୋଟି ଟଙ୍କା ଠକିଥିବା ନେଇ ଥାନାରେ ମାମଲା
ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କଳାକାର କରନବୀର ବୋହରା ବିବାଦରେ ଫସିଛନ୍ତି। ଜଣେ ମହିଳାଙ୍କୁ ଠକେଇ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। କରନଙ୍କ ବ୍ୟତୀତ ଅନ୍ୟ ୫ ଜଣ ଲୋକଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଛି। ଓଶିବାରା ପୋଲିସ ଷ୍ଟେନରେ ୪୦ ବର୍ଷୀୟ ଜଣେ ମହିଳାଙ୍କ ଠାରୁ ୨.୫ ପ୍ରତିଶତ ସୁଧରେ ରିଟର୍ଣ୍ଣ କରିବା ପାଇଁ ୧.୯୯ କୋଟି ଟଙ୍କାର ଠକେଇ କରିଛନ୍ତି ବୋଲି ମମଲା ରୁଜୁ ହୋଇଛି। ମହିଳା ଜଣକ କହିଛନ୍ତି, ତାଙ୍କୁ କୋଟିଏ ଟଙ୍କା ଫେରାଯାଇଥିଲା।
ରିପୋର୍ଟ ମୁତାବକ, ଓଶିବାରା ପୋଲିସ କହିଛନ୍ତି, ଅଭିନେତା ମନୋଜ ବୋହରା ଓରଫ କରନଭୀର ବୋହରାଙ୍କ ସହିତ ୬ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ୪୦ ବର୍ଷୀୟ ଜଣେ ମହିଳାଙ୍କ ଠାରୁ ୨.୫ ପ୍ରତିଶତ ସୁଧରେ ରିଟର୍ଣ୍ଣ କରିବା ପାଇଁ ୧.୯୯ କୋଟି ଟଙ୍କାର ଠକେଇ କରିଛନ୍ତି ବୋଲି ମମଲା ରୁଜୁ ହୋଇଛି। ମହିଳା ଜଣକ କହିଛନ୍ତି, ତାଙ୍କୁ କୋଟିଏ ଟଙ୍କା ଫେରାଯାଇଥିଲା।
The woman also claimed that when she asked for the amount, Bohra & his wife Tajinder Sidhu did not respond properly & threatened to shoot her. Police have started an investigation & will soon record their statements: Oshiwara Police Station
— ANI (@ANI) June 15, 2022
ବାକିଥିବା ଅନ୍ୟ ଟଙ୍କା ମାଗିବାରୁ କରନଙ୍କପତ୍ନୀ ତଜିନ୍ଦର ସିଦ୍ଧୁ ସଠିକ୍ ଭାବେ ଜବାବ ଦେଇନଥିଲେ ଏବଂ ଗୁଳି ମାରିବା ପାଇଁ ଧମକ ଦେଇଥିଲେ। ପୋଲିସ ଏହି ଘଟଣଶର ଯାଞ୍ଚ କରୁଛି।