ଜାପାନ ଭୂକମ୍ପ: ମୃତ୍ୟୁସଂଖ୍ୟା ୬୨କୁ ବୃଦ୍ଧି, ୩୦୦ରୁ ଉର୍ଦ୍ଧ୍ବ ଲୋକ ଆହତ

ଜାପାନରେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୬୨ରୁ ବୃଦ୍ଧି । ଆହତ ହୋଇଛନ୍ତି ୩୦୦ରୁ ଉର୍ଦ୍ଧ୍ବ ଲୋକ । ରେସ୍କ୍ୟୁ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସାମ୍ନାକୁ ଆସୁଛି ହୃଦୟ ବିଦାରକ ଦୃଶ୍ୟ ।

ଜାପାନରେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୬୨କୁ ବୃଦ୍ଧି । ଆହତ ହୋଇଛନ୍ତି ୩୦୦ରୁ ଉର୍ଦ୍ଧ୍ବ ଲୋକ । ଆହୁରି ଅନେକ ଲୋକ ଧ୍ବଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଂକା କରାଯାଉଛି । ରେସ୍କ୍ୟୁ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସାମ୍ନାକୁ ଆସୁଛି ହୃଦୟ ବିଦାରକ ଦୃଶ୍ୟ ।

ହଜାର ହଜାର ଘର ଭୁଶୁଡ଼ି ପଡ଼ିଥିବାବେଳେ ଭୂମିକମ୍ପ ପରେ ଆସିଥିବା ସୁନାମୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସମୁଦ୍ର ସ୍ଥଳଭାଗ ଆଡ଼ରୁ ମାଡ଼ି ଆସିବା ସହିତ ଘରଦ୍ବାର ଭସାଇ ନେଇଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହ ବିଛିନ୍ନ ହୋଇଯାଇଥିବାରୁ ଅନ୍ଧାରରେ ଜୀବନ ବିତାଉଛନ୍ତି ହଜାର ହଜାର ଲୋକ । ଗୋଟିଏ ଦିନରେ ଦେଢ଼ ଶହରୁ ଅଧିକ ଥର ଦୋହଲିଛି ଜାପାନ । ଏବେବି ଲୋକଙ୍କ ମନରୁ ଭୂକମ୍ପ ଭୟ ଯାଇନି । ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ପଶ୍ଚାତ ଝଟକା ଲାଗିପାରେ । ସତର୍କ କରିଛି ଜାପାନ ପାଣିପାଗ ବିଭାଗ । ୱାଜିମା, କାନା-ୱାଜା ଓ ଟୋ-ୟୋମା ଆଦି ସ୍ଥାନରେ ସମୁଦ୍ର ସ୍ଥଳଭାଗକୁ ମାଡ଼ି ଆସିବା ସହିତ ଘରଦ୍ୱାର ଭସାଇ ନେଇଥିବା ଦେଖିବାକୁ ମିଳିଛି । ଲୋକେ ଏବେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି ।

ନୂଆବର୍ଷ ପ୍ରଥମ ଦିନରେ ଅର୍ଥାତ ସୋମବାର ଜାପାନର ଇସିକାଭା ଅଞ୍ଚଳରେ ୭.୬ ତୀବ୍ରତାର ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଗୋଟିଏ ଦିନରେ ୧୫୫ ଥର ଏଠାରେ ଭୂକମ୍ପ ଅନୂଭୁତ ହୋଇଥିଲା । ଭୂମିକମ୍ପ ଯୋଗୁ ପ୍ରଶାସନ ସୁନାମୀ ସତର୍କତା ଜାରି କରିଥିଲା । ଜାପାନରେ ସ୍ଥାନୀୟ ସମୟାନୁସାରେ, ଅପରାହ୍ନ ୪ଟା ୨୧ ମିନିଟ୍‌ରେ ସୁନାମୀ ଚେତାବନୀ ଦିଆଯାଇଥିଲା । ଏହାର କିଛି ସମୟ ପରେ ଅର୍ଥାତ୍‌ ୪ଟା ୩୫ରେ ଟୋୟାମା ଅଞ୍ଚଳରେ ୮୦ ସେମିର ଜୁଆର ସମୁଦ୍ର କୂଳରେ ମାଡ଼ ହୋଇଥିଲା ଏବଂ ୪ଟା ୩୬ରେ ନିଗାଟା ଅଞ୍ଚଳ ପର୍ଯ୍ୟନ୍ତ ଜୁଆର ପହଞ୍ଚିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.