ଆଜିଠୁ ଆରମ୍ଭ ହୋଇଛି ଜେଇି ମେନ୍‌-୨, ଦେଶର ୩୩୧ଟି ସହରରେ ଚାଲିଛି ପରୀକ୍ଷା

କେନ୍ଯୁଜ୍: ଇଂଜିନିୟରି ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜିଠୁ ଆରମ୍ଭ ହୋଇଛି ଜେଇି ମେନ୍‌-୨। ଦେଶର ୩୩୧ଟି ସହରରେ ପରୀକ୍ଷା ଚାଲିଛି। ଦୁଇଟି ସିଟିଂରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ପ୍ରଥମ ସିଟିଂ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଦ୍ୱିତୀୟ ସିଟିଂ ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ହେବ।

ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କରାଯାଉଛି। ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପୁରୀ ସମେତ ବିଭିନ୍ନ ସହରରେ ପରୀକ୍ଷା ଚାଲିଛି। ରାଜ୍ୟର ପ୍ରାୟ ୩୦ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। କୋଭିଡ୍‌ ଗାଇଡ୍‌ ଲାଇନ୍‌ ମାନି ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଓଡ଼ିଆ, ହିନ୍ଦୀ ସମେତ ୯ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଚାଲିଛି। ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା।

Leave A Reply

Your email address will not be published.