Below header

କର୍ଣ୍ଣାଟକରେ ବେଲଗାମରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ଧକ୍କା ହେଲା ଜିପ୍‌, ୬ ମୃତ ଓ ୧୬ ଆହତ

ମହାରାଷ୍ଟ୍ର-କର୍ଣ୍ଣାଟକ ସୀମାରେ ଭୟଙ୍କର ଦୁର୍ଘଟଣା । ମହାରାଷ୍ଟ୍ର କର୍ଣ୍ଣାଟକ ବର୍ଡର ସ୍ଥିତ ବେଲଗାମରେ ଆଜି ସକାଳେ ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ଜିପ୍‌ ଗଛରେ ଧକ୍କା ହେବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ୬ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୬ ଜଣ ଆହତ ହୋଇଛନ୍ତି । ଜିପରେ ଥିବା ସମସ୍ତ ଯାତ୍ରୀ ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିଲେ । ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ମୁତାବକ, ଜିପରେ ଥିବା ସମସ୍ତ ଯାତ୍ରୀ ବାର୍ଷିକ ମେଳାରେ ଭାଗ ନେବା ପାଇଁ ସାବଦତ୍ତୀର ରେଣୁକା ୟଲ୍ଲମ୍ମା ମନ୍ଦିର ଯାଉଥିଲେ । ରାମଦୁର୍ଗ ତାଲୁକର ଚିଞ୍ଚାନୁର ଗାଁର ଭିଠଲ-ରୁକମାଇ ମନ୍ଦିର ନିକଟରେ ଜିପକୁ ନିୟନ୍ତ୍ରଣ ହରାଇଥିଲେ। ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛ ସହିତ ଜିପଟି ମୁହାଁମୁହିଁ ଧକ୍କା ହୋଇଥିଲା। ପୋଲିସ କହିଛି ଯେ, ସମସ୍ତ ଯାତ୍ରୀ ରାମଦର୍ଗ ତାଲୁକର ହୁଲକଣ୍ଡ ଗାଁର ବାସିନ୍ଦା ଏବଂ ଏକ ସାମଗ୍ରୀ ଗାଡିରେ ଯାତ୍ରା କରୁଥିଲେ।

ଗାଡିରେ ଥିବା ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୫ ଜଣ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ହନୁମାଭା (୩୫), ଦୀପକ (୩୧), ସବିତା (୧୨), ସୁପ୍ରିତା (୧୧), ମାରୁଥୀ (୪୨) ଏବଂ ଇନ୍ଦ୍ରଭଭା (୨୪) ଅଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଗୋକାକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାଟକୋଲ ପୋଲିସ ଏକ ମାମଲା ରୁଜୁ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.