ଖୁବ ଶୀଘ୍ର କରୋନା ଟୀକା ଲଞ୍ଚ କରିବାକୁ ଯାଉଛି Johnson & Johnson, ସରିଲାଣି ଦୁଇଟି ପର୍ଯ୍ୟାୟ ଟ୍ରାଏଲ

କୋରନା ସଂକ୍ରମଣ ବିରୋଧୀ ଲଢେଇରେ ଏକ ଖୁସି ଖବର ଆଣିଛି ବିଶ୍ବର ଏକ ଜଣାଶୁଣା କମ୍ପାନୀ Johnson ଆଣ୍ଡ Johnson । ଜନସନ୍‌ ଆଣ୍ଡ ଜନସନ୍‌ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରୋନା ଟିକା, ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବେଶ୍‌ ସହାୟକ ହେଉଥିବା ପ୍ରାଥମିକ ପରୀକ୍ଷଣରୁ ଜଣାପଡ଼ିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରୁ ଏହା ସ୍ପଷ୍ଟ ହୋଇଛି । ପ୍ରାୟ ୮୦୦ ଜଣଙ୍କଠାରେ ଏହି ଟିକାର ଟ୍ରାଏଲ କରାଯାଇଥିବା ନେଇ କମ୍ପାନୀ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ଟ୍ରାଏଲ କରାଯାଇଥିବା ବ୍ୟକ୍ତିଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ଗୋଟିଏ ବର୍ଗର ବୟସସୀମା ୧୮ରୁ ୫୫ ବର୍ଷ ଥିବା ବେଳେ ଓ ଅନ୍ୟ ଏକ ବର୍ଗରେ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ରଖାଯାଇଛି । ଯେଉଁଥିରୁ ଏହି ଟିକା ମଣିଷ ଶରୀରରେ ଖୁବ ସୁରକ୍ଷିତ

ଓ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ଜଣାପଡ଼ିଛି। ପରୀକ୍ଷଣ କରାଯାଇଥିବା ଉଭୟ ବୟସ ବର୍ଗର ୯୯ ପ୍ରତିଶତ ଲୋକଙ୍କ ଠାରେ ଏହି ଟିକା ମାତ୍ର ୨୯ ଦିନରେ କରୋନା ଭାଇରସ୍‌ ବିରୋଧରେ ଲଢେଇ ପାଇଁ ଆଣ୍ଟିବଡ଼ି ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା। ବ୍ୟକ୍ତିଙ୍କ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବେଶ୍‌ ସହାୟକ ହେଉଥିବା ବେଳେ ଅଧିକରୁ ଅଧିକ ବ୍ୟକ୍ତିଙ୍କଠାରେ ପରୀକ୍ଷା ପାଇଁ ଏହି ଟିକା ବେଶ୍‌ ସୁରକ୍ଷିତ ବୋଲି ପ୍ରମାଣିତ ହୋଇଛି । କମ୍ପାନୀ ପକ୍ଷରୁ ଟିକାର ନାଁ Ad26.COV2.S ରଖାଯାଇଥିବା ବେଳେ ଆଗକୁ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଏହି ଟିକା କେତେ ସୁରକ୍ଷିତ ଓ ଲାଭଦାୟକ ତାହା ଜଣାଯିବ । ଏଥିପାଇଁ ଜନସନ୍‌ ଆଣ୍ଡ ଜନସନ୍‌ କମ୍ପାନୀ ପକ୍ଷରୁ ଆମେରିକା ସମେତ ସମଗ୍ର ବିଶ୍ୱରେ ୨୦୦ ସହରର ୬୦ ହଜାର ସ୍ୱେଚ୍ଛାସେବୀଙ୍କୁ ଚିହ୍ନଟ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.