ଭୋଡାଫୋନକୁ ଆଶ୍ଵସ୍ତି, ଭାରତ ସରକାର ବିରୋଧରେ ଜିତିଲା ୨୦ ହଜାର କୋଟି ଟଙ୍କାର ମକଦ୍ଦମା

ବ୍ରିଟେନର ଟେଲିକମ୍ କମ୍ପାନୀ ଭୋଡାଫୋନ ଭାରତ ସରକାରଙ୍କ ବିରୋଧରେ ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତାର ଏକ ଗୁରୁତ୍ଵପୂର୍ଣ୍ଣ ମକଦ୍ଦମା ଜିତିଯାଇଛି। ପ୍ରାୟ ୨୦ ହଜାର କୋଟି ଟଙ୍କାର ଏହି ମାମଲା ରେଟ୍ରୋସ୍ପୋକ୍ଟିଭ୍ ଟ୍ୟାକ୍ସ ସହ ଜଡିତ ଥିଲା। ଏହି କେସ୍ରେ ଭୋଡାଫୋନ ପକ୍ଷରେ ନିଷ୍ପତ୍ତି ଆସିଛି। ଭାରତ ସରକାର ଓ ଭୋଡାଫୋନ ମଧ୍ୟରେ ଏହି ମାମଲା ୨୦ ହଜାର କୋଟି ଟଙ୍କାର ରେଟ୍ରୋସ୍ପୋକ୍ଟିଭ୍ ଟ୍ୟାକ୍ସକୁ ନେଇ ଥିଲା।
ସୂଚନାଯୋଗ୍ୟ, ଭୋଡାଫୋନ ଓ ସରକାରଙ୍କ ମଧ୍ୟରେ ୨୦ ହଜାର କୋଟି ଟଙ୍କାର ରେଟ୍ରୋସ୍ପୋକ୍ଟିଭ ଟ୍ୟାକ୍ସକୁ ନେଇ ଏହି ମାମଲା ହୋଇଥିଲା। ଏ ଦୁହିଁଙ୍କ ମଧ୍ୟରେ କୌଣସି ସହମତି ହୋଇନପାରିବାରୁ ୨୦୧୬ରେ କମ୍ପାନୀ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲା। ଯାହାର ଶୁଣାଣି ପରେ ଭୋଡାଫୋନକୁ ଏବେ ଆଶ୍ଵସ୍ତି ମିଳିଛି। ଉଲ୍ଲେଖନୀୟ ଭାରତରେ ଭୋଡାଫୋନ ଆଇଡିଆ ସହ ମିଶି ଗ୍ରାହକଙ୍କୁ ସେବା ଯୋଗାଉଛି। ଭୋଡାଫୋନ-ଆଇଡିଆ ଦେଶର ତୃତୀୟ ବଡ ଟେଲିକମ କମ୍ପାନୀ।
କ’ଣ ଥିଲା ମାମଲା ?
ଏହି ମାମଲାର ଆରମ୍ଭ ୨୦୦୭ରେ ହୋଇଥିଲା। ଯେତେବେଳେ ଭୋଡାଫୋନ ଭାରତରେ ଏଣ୍ଟ୍ରି କରିଥିଲା ସେହିବର୍ଷ ଭୋଡାଫୋନ ଚେିଂସନ ଏସାର(ହଚ) ନାମରେ ଅଧିଗ୍ରହଣ କରିଥିଲା। ଭୋଡାଫୋନ ହଚିଂସନ ଏସାରର ୬୭ ପ୍ରତିଶତ ଭାଗ ଅଧିଗ୍ରହଣ କରିଥିଲା। ଭୋଡାଫୋନ ଏହି ଅଂଶଧନ ପାଇଁ ୧୧ ଅରବ ଡଲାରରୁ ଅଧିକ ଟଙ୍କା ମଧ୍ୟ ଦେଇଥିଲା। ଯେତେବେଳେ ଆୟକର ବିଭାଗ ପୁଞ୍ଜିଗତ ଲାଭ ଆଧାରରେ କମ୍ପାନୀକୁ ଟ୍ୟାକ୍ସ ଭରିବା ପାଇଁ କହିଥିଲା ସେତେବେଳେ କମ୍ପାନୀ ଏହାକୁ ଦେବାକୁ ମନା କରିଦେଇଥିଲା।
ଏବେ ଭୋଡାଫୋନ ଆଇଡିଆ ଏଜିଆର ବକେୟା ଟଙ୍କା ପୈଠ କରିବା କେସ୍ରେ ଫସି ରହିଛି। ଭୋଡାଫୋନ-ଆଇଡିଆ ଉପରେ ଟେଲିକମ ମନ୍ତ୍ରଣାଳୟର ଏଜିଆର ବକେୟା ୫୦ ହଜାର କୋଟି ଟଙ୍କାରୁ ଅଧିକ ରହିଛି। କମ୍ପାନୀ ବକେୟାରୁ ମାତ୍ର କେଇ କୋଟି ପୈଠ କରିଛି। ହେଲେ ନିକଟରେ ସୁପ୍ରିମକୋର୍ଟ ଟେଲିକମ କମ୍ପାନୀକୁ ସର୍ତ୍ତ ସହିତ ଏଜିଆର ବକୈୟା ପୈଠ କରିବାକୁ ୧୦ ବର୍ଷର ସମୟ ଦେଇଛନ୍ତି।