ଗେରୁଆ ଶିବରରେ ସିନ୍ଧିଆ, କଂଗ୍ରେସକୁ ବାଏ ବାଏ କହି ବିଧିବଦ୍ଧ ଭାବେ ଦେଲେ ବିଜେପିରେ ଯୋଗ

କେନ୍ୟୁଜ୍(ବ୍ୟୁରୋ):ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଲା ନୂଆ ପରିଚୟ । କଂଗ୍ରେସକୁ ବାଏ ବାଏ କହିଥିବା ସିନ୍ଧିଆ ବିଜେପିରେ ସାମିଲ ହୋଇଛନ୍ତି । ପଦ୍ମ ଧରିଛନ୍ତି ଜ୍ୟୋତିରାଦିତ୍ୟ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେିପରେ ସାମିଲ ହୋଇଛନ୍ତି । ତାଙ୍କୁ ସମର୍ଥନ କରି କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକମାନେ ମଧ୍ୟ ପଦ୍ମ ଧରିଛନ୍ତି । ସେପଟେ ରାଜ୍ୟସଭା ନିର୍ବାଚନ ନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶ ରାଜ୍ୟସଭା ଆସନରୁ ପ୍ରାର୍ଥୀ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଚର୍ଚ୍ଚା ହେଉଛି, ଜ୍ୟୋତିରାଦିତ୍ୟ ରାଜ୍ୟସଭାକୁ ଯାଇ କେନ୍ଦ୍ରରେ ମନ୍ତ୍ରୀ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.