ଜେଲରୁ ମୁକୁଳିବା ପରେ କେଆର୍‌କେ କଲେ ଟ୍ଵିଟ୍‌, ଲେଖିଲେ ମୁଁ ପ୍ରତିଶୋଧ ନେବାକୁ ଫେରି ଆସିଲି

ମୁମ୍ବାଇ : ବଲିଉଡ କ୍ରିକେଟର କମାଲ ରଶିଦ ଖାନ ବା କେଆରକେ ନିଜର ବିବାଦୀୟ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ହେଲେ ଗତ କିଛି ଦିନ ହେବ କେଆରକେ ନିଜର ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ କେଆରକେଙ୍କୁ ମୁମ୍ବାଇ ପୋଲିସ ମୁମ୍ବାଇ ଏୟାରପୋର୍ଟରେ ଗିରଫ କରିଥିଲେ । ଯାହାଙ୍କୁ ଏବେ ଜାମିନି ମିଳିଛି । ଜାମିନି ମିଳିବା ପରେ କେଆରକେ ସୋସିଆଲ ମିଡିଆରେ ଏକ ଟ୍ଵିଟ ଜରିଆରେ ଧମକ ଦେଇ କହିଛନ୍ତି ‘ମୁଁ ବଦଲା ନେବାକୁ ଆସିଗଲି ।’

କମାଲ ରସିଦ ଖାନ ଓରଫ କେଆରକେ ରବିବାର ଏହି ଟ୍ଵିଟ ସେୟାର କରିଛନ୍ତି । ଏହି ଟ୍ଵିଟରେ ସେ ଚେତାବନୀ ଦେଇ ଲେଖିଛନ୍ତି- ମୁଁ ମୋର ପ୍ରତିଶୋଧ ପାଇଁ ଫେରି ଆସିଲି । କେଆରକେଙ୍କୁ ଅଲଗା ଅଲଗା ଟ୍ଵିଟ ପାଇଁ ଗିରଫ କରାଯାଇଥିଲା । ୨୦୨୦ ମସିହାର ଏକ ମାମଲା ଯେଉଁଥିରେ ଅକ୍ଷୟ କୁମାର ଓ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମ୍ମାଙ୍କ ବିଷୟରେ ଅପମାନଜନକ ଟ୍ଵିଟ କରିଥିଲେ ।

ଏହାଛଡ଼ା ୨୦୨୧ ରେ କେଆରକେଙ୍କ ନାମରେ ଏକ ଅପରାଧିକ ମାମଲା ରୁଜୁ ହୋଇଥିଲା । ୨୦୨୦ ମାମଲାରେ ପୁଲିସ ଦାବି କରିଥିଲା ଯେ କେଆରକେଙ୍କ ପୋଷ୍ଟ ସାମ୍ପ୍ରଦାୟିକ ଥିଲା । ଯେଉଁଥିରେ ସେ ବଲିଉଡର କଳାକାରଙ୍କୁ ଲକ୍ଷ୍ୟ କରି ଏହି ଟିପ୍ପଣୀ ଦେଇଥିଲେ ।

ତେବେ କେଆରକେ ନିଜର ଜମାନତରେ କହିଥିଲେ ଯେ ତାଙ୍କ ବିଚାରାଧୀନ ଟ୍ଵିଟ୍‌ କେବଳ ‘ଲକ୍ଷ୍ମୀ ବମ୍‌’ ଶୀର୍ଷକ ଫିଲ୍ମ ଉପରେ ଟିପ୍ପଣୀ ଥିଲା । ସେ ପୋଲିସ ଦ୍ୱାରା ଲଗାଯାଇଥିବା ଅଭଯୋଗ ଅନୁଯାୟୀ କୌଣସି ଅପରାଧ କରିନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.