Below header

ଜାତୀୟ ମତ୍ସ୍ୟ ନୀତି ୨୦୨୦ କୁ ନେଇ ଲୋକସଭାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ପଚାରିଲେ ପ୍ରଶ୍ନ

ନୂଆଦିଲ୍ଲୀ : କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି ଲୋକସଭାରେ ଏକ ଅଣତାରକା ଚିହ୍ନିତ ପ୍ରଶ୍ନ ନଂ ୩୧୬ରେ  ଜାତୀୟ ମତ୍ସ୍ୟନୀତି ୨୦୨୦କୁ ନେଇ କେତେକ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତର  ମତ୍ସ୍ୟ ଓ ପଶୁ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏପରି ଦେଇଥିଲେ ।

ସାଂସଦଙ୍କ ପ୍ରଥମ ପ୍ରଶ୍ନ – ଜାତୀୟ ମତ୍ସ୍ୟ ନୀତି ୨୦୧୭, ନ୍ୟାସ୍‌ନାଲ୍‌ ଇନ୍‌ଲ୍ୟାଣ୍ଡ୍‌ ଫିସେରିଜ୍‌ ଆଣ୍ଡ୍‌ ଆକ୍ୱାକଲ୍‌ଚର ଏନ୍‌ପିଏଫ୍‌-୨୦୧୯ର ଚିଠା ନୀତି ଓ ମେରି କଲ୍‌ଚର ୨୦୧୯ର ଚିଠା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ସରକାର ବିଚାର କରୁଛନ୍ତି କି ?
ସାଂସଦଙ୍କ ପ୍ରଶ୍ନ – ଆଗରୁ ଯେତେ ସବୁ ନୀତି ପ୍ରଣୟନ ହୋଇଥିଲା ସେ ସବୁ ସ୍ଥାନରେ ୨୦୨୦ ମତ୍ସ୍ୟ ନୀତି ଲାଗୁ ହେବ କି ? ଯଦି ଲାଗୁ ନହୁଏ ତେବେ ପୂର୍ବ ଷ୍ଟାଟସ କ’ଣ ରହିବ ?

ମନ୍ତ୍ରୀଙ୍କ ଉତ୍ତର
– ଏନ୍‌ପିଏମ୍‌ଏଫ୍‌ –୨୦୧୭, ଏନ୍‌ଆଇଏଫ୍‌ଏପି ଏବଂ ଏନ୍‌ଏମ୍‌ପି କୁ ମିଶାଇ ଜାତୀୟ ମତ୍ସ୍ୟନୀତି ୨୦୨୦ ହୋଇଛି ।

ସାଂସଦଙ୍କ ପ୍ରଶ୍ନ
-ମତ୍ସ୍ୟ ଚାଷରୁ ହେଉଥିବା ପ୍ରଦୂଷଣକୁ କିଭଳି ପ୍ରତିକାର କରାଯାଇ ପାରିବ ?

ମନ୍ତ୍ରୀଙ୍କ ଉତ୍ତର
– ମାଛ ଚାଷ ଯୋଗୁଁ ଯେଉଁ ପ୍ରଦୂଷଣ ହେଉଛି ସେଥି ପାଇଁ ୨୦୦୫ର ଏକ ଆଇନ ରହିଛି । ଆଇନ ଅନୁସାରେ ପଦକ୍ଷେପ ନିଆଯାଉଛି ।

ସାଂସଦଙ୍କ ପ୍ରଶ୍ନ
– ପାରମ୍ପରିକ ମତ୍ସ୍ୟ ଚାଷୀ ପିଏମ୍‌ କିସାନ୍‌ରେ ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ରୁ ବଞ୍ଚିତ ଥିବା ବେଳେ ସେମାନଙ୍କ ଆର୍ଥିକ ସହାୟତା ପାଇଁ ସରକାର ଯୋଜନା କରିଛନ୍ତି କି ?

ମନ୍ତ୍ରୀଙ୍କ ଉତ୍ତର
– ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ନାଁରେ ସ୍ୱତନ୍ତ୍ର ସ୍କିମ ରହିଛି । ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.