ହିମାଚଳର ମଣ୍ଡିରୁ ନିର୍ବାଚନ ଲଢ଼ିବେ କି କଙ୍ଗନା ରାଣାଓ୍ଵତ୍‌! ରାଜନୀତିରେ ପ୍ରବେଶକୁ ନେଇ ଏମିତି କଲେ ଘୋଷଣା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ନିଜର ଅଭିନୟ ସହିତ ରୋକ୍‌ଠୋକ କଥା ପାଇଁ ବେଶ୍‌ ଜଣାଶୁଣା। ପ୍ରତ୍ୟେକ ରାଜନୈତିକ ପ୍ରସଙ୍ଗରେ ସେ ନିଜର ରାୟ ଦେଇ ଥାଆନ୍ତି ଏବଂ ଏହି କାରଣରୁ ସେ ଅନେକ ଥର ଲୋକଙ୍କ ଟାର୍ଗେଟ୍‌କୁ ବି ଆସି ସାରିଛନ୍ତି। ଏହା ବାଦ୍‌ ଯେତେବେଳେ ବି କଙ୍ଗନାଙ୍କୁ ରାଜନୀତିରେ ଆସିବାକୁ ନେଇ ପ୍ରଶ୍ନ ପଚରା ଯାଇଥାଏ, ତ ସେ ମନା କରି ଦିଅନ୍ତି। କିନ୍ତୁ ଏବେ କଙ୍ଗନା ନିଜର ରାଜନୈତିକ ଯାତ୍ରା ଆରମ୍ଭ ନେଇ ଘୋଷଣା କରିଛନ୍ତି। ଅଭିନେତ୍ରୀଙ୍କ କହିବା ହେଲା, ଯଦି ଦଳ ତାଙ୍କୁ ଟିକେଟ୍‌ ଦିଏ, ତା’ ହେଲେ ସେ ନିର୍ବାଚନ ଲଢ଼ିବେ।

ହିମାଚଳ ପ୍ରଦେଶ ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଥିବା କଙ୍ଗନା ରାଣାଓ୍ଵତ୍‌ଙ୍କର ଏହି ବୟାନ ଖୁବ୍‌ ଚର୍ଚ୍ଚାରେ ରହିଛି। ସେ ଏକ ମିଡିଆ ହାଉସ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯେଉଁଠି କଥାବାର୍ତ୍ତା ବେଳେ ସେ ଏଭଳି କଥା କହିଥିଲେ। ସେ କହିଥିଲେ କି, ବିଜେପି ଚାହିଁବ ଯଦି ସେ ହିମାଚଳ ପ୍ରଦେଶର ମଣ୍ଡିରୁ ନିର୍ବାଚନ ଲଢ଼ିବେ। ଯଦି ଜନତା ଚାହୁଁଛନ୍ତି ଏବଂ ପାର୍ଟି ତାଙ୍କୁ ଟିକେଟ୍‌ ଦେଉଛି, ତା’ ହେଲେ ସେ ନିର୍ବାଚନ ଲଢ଼ିବେ। ଆପଣଙ୍କୁ କହି ରଖୁଛୁ ଯେ କଙ୍ଗନା ହିମାଚଳ ପ୍ରଦେଶର ବାସିନ୍ଦା।

କାର୍ଯ୍ୟକ୍ରମରେ କଙ୍ଗନାଙ୍କୁ ପଚରା ଯାଇଥିଲା କି, କ’ଣ ସେ ରାଜନୀତିରୁ ବାହାରି ଜନତାଙ୍କ ସେବା କରିବା ପାଇଁ ପ୍ରସ୍ତୁତ ଅଛନ୍ତି? ଏହାର ଉତ୍ତରରେ ସେ କହିଥିଲେ, ଏମିତିରେ ମୋର ଏଭଳି କୌଣସି ଉଦ୍ଦେଶ୍ୟ ନାହିଁ। କିନ୍ତୁ ହିମାଚଳ ପ୍ରଦେଶର ଲୋକ ଯଦି ଚାହିଁବେ ମୁଁ ମଣ୍ଡିରୁ ନିର୍ବାଚନ ଲଢ଼େ, ତା’ ହେଲେ ଏଥିରେ ମୋତେ କୌଣସି ଆପତ୍ତି ନାହିଁ। କିନ୍ତୁ ମୁଁ ଚାହୁଁଛି କି, ରାଜନୀତିରେ ଆହୁରି ବି ଲୋକଙ୍କୁ ଆଗକୁ ଆସିବା ଦରକାର।

ଏଥି ସହିତ କଙ୍ଗନା ଆହୁରି କହିଥିଲେ, ଜନତା ମୋତେ ସେବା କରିବାକୁ ମଉକା ଦେବେ ଯଦି ତାହା ମୋ ପାଇଁ ସୌଭାଗ୍ୟର କଥା ହେବ। ନିଜ ପରିବାର ବିଷୟରେ ଜଣାଇ କଙ୍ଗନା କହିଥିଲେ, ‘ମୁଁ ରାଜନୈତିକ ପରିବାରରୁ ଆସିଛି। ପ୍ରଥମେ ମୋ ବାପା କଂଗ୍ରେସରେ ବିଶ୍ୱାସ ରଖୁଥିଲେ। କିନ୍ତୁ ୨୦୧୪ରେ ମୋଦି ଜୀ ଆସିବା ପରେ ଟ୍ରାନ୍ସଫର୍ମେସନ ହୋଇଥିଲା। ମୋର ପୂରା ପରିବାର ଆଜି ମୋଦି ଜୀଙ୍କର ଜୟ କହୁଛି’। କଙ୍ଗନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ତାଙ୍କୁ ମହାପୁରୁଷ ବୋଲି କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.