କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା, ଆସନ୍ତା ମେ ୧୦ ତାରିଖରେ ହେବ ଭୋଟ
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଆସନ୍ତା ମେ ୧୦ ତାରିଖରେ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି । ତାରିଖ ଘୋଷଣା କଲେ ସିଇସି ରାଜୀବ କୁମାର । ୨୨୪ ଆସନ ପାଇଁ ୫ କୋଟି ୨୧ ଲକ୍ଷ ଭୋଟର ଭୋଟ ଦେବେ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଆସନ୍ତା ମେ ୧୦ ତାରିଖରେ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି । ତାରିଖ ଘୋଷଣା କଲେ ସିଇସି ରାଜୀବ କୁମାର । ପ୍ରଥମ ପର୍ଯ୍ୟାୟରେ ୧୦ ତାରିଖରେ ହେବ ନିର୍ବାଚନ । ୨୨୪ ଆସନ ପାଇଁ ୫ କୋଟି ୨୧ ଲକ୍ଷ ଭୋଟର ଭୋଟ ଦେବେ ।
ନିର୍ବାଚନ ତାରିଖ ଘୋଷଣା ହେବାର ତୁରନ୍ତ ପରେ ପରେ ନିର୍ବାଚନ ଆଚାର ସଂହିତା ଲାଗୁ ହେବ । ୨୦୧୮ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ୨୭ ମାର୍ଚ୍ଚରେ ହୋଇଥିଲା। ଯାହାର କାର୍ଯ୍ୟକାଳ ୨୪ ମଇ, ୨୦୨୩ରେ ଶେଷ ହେବାକୁ ଯାଉଛି ।ଦିନ ସାଢେ ୧୧ଟାରେ ନିର୍ବାଚନ କମିଶନ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ଡାକି ଘୋଷଣା କରିଛନ୍ତି । ଭାରତର ମୁଖ୍ୟ ନିର୍ବାଚନ କମିସନର୍ ରାଜୀବ କୁମାରଙ୍କ ସହିତ ଏହି ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିସନର ଅନୁପଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋଏଲ ମଧ୍ୟ ଯୋଗ ଦେଇଥିଲେ।
#WATCH | The day of polling for Karnataka Assembly elections will be 10th May, in the single phase and the results will be declared on 13th May. pic.twitter.com/v5lzt3HaBe
— ANI (@ANI) March 29, 2023
୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବର୍ତ୍ତମାନ ବିଜେପିର ୧୧୯ ବିଧାୟକ ଅଛନ୍ତି । କଂଗ୍ରେସର ୭୫ ଓ ଜେଡିଏସରେ ଅଛନ୍ତି ୨୮ ବିଧାୟକ । କର୍ଣ୍ଣାଟକରେ ସରକାର ଗଢ଼ିବାକୁ ମ୍ୟାଜିକ୍ ନମ୍ବର ରହିଛି ୧୧୩ । ଚଳିତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୯.୧୭ ଭୋଟର ହେଉଛନ୍ତି ସମ୍ପୂର୍ଣ୍ଣ ନୂଆ ଓ ସେମାନେ ପ୍ରଥମ କରି ଭୋଟ୍ ଦେବା ବୟସରେ ପଦାର୍ପଣ କରିଛନ୍ତି ବୋଲି ନିର୍ବାଚନ କମିସନର କହିଛନ୍ତି। ରାଜ୍ୟରେ ୨୪୦ ମଡେଲ ମତଦାନ କେନ୍ଦ୍ର ରହିବ ଯେଉଁଥିରେ ଯୁବକମାନେ ନିୟୋଜିତ ହେବେ।
ଏବେ କର୍ଣ୍ଣାଟକରେ ବିଜେପି ସରକାର ରହିଛି । କ୍ଷମତା ବଜାୟ ରଖିବାକୁ ବିଜେପି ଗୋଟି ଚାଳନା କରିଛି । କର୍ଣ୍ଣାଟକରେ ମାରାଥନ୍ ବୈଠକ ଓ ସଭାସମିତି କରିଛନ୍ତି ବିଜେପି ହେଭିେଓ୍ଵଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଜେ. ପି. ନଡ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା କର୍ଣ୍ଣାଟକରେ ବିଜେପି ପାଇଁ ଜନସମର୍ଥନ ଯୋଗାଡ କରିଛନ୍ତି । ଅନ୍ୟପଟେ ବିଜେପିକୁ ଗାଦିଚ୍ୟୁତ କରିବାକୁ ରଣନୀତି କରିଛନ୍ତି କଂଗ୍ରେସ ଓ ସହଯୋଗୀ ଜେଡିଏସ୍ ।