Below header

ପ୍ରାକ୍ତନ କର୍ଣ୍ଣାଟକ ଡିଜିପି ସୁଶାନ୍ତ ମହାପାତ୍ରଙ୍କ ପରଲୋକ, ପାନାଥୁର ଠାରେ ସମ୍ପନ୍ନ ହେଲା ଶେଷକୃତ୍ୟ

ବେଙ୍ଗାଲୁରୁ(କେନ୍ଯୁଜ୍): ପ୍ରାକ୍ତନ କର୍ଣ୍ଣାଟକ DGP ସୁଶାନ୍ତ ମହାପାତ୍ର(୬୩)ଙ୍କ ଦେହାନ୍ତ । ଗତକାଲି ସେ ବେଙ୍ଗାଲୁରୁ ସ୍ଥିତି ସକ୍ରା ହସ୍ପିଟାଲରେ ଗତକାଲି ସେ ଆଡ଼ମିଟ୍ ହେବା ପରେ ତାଙ୍କର ମୃତ୍ୟୁ ହୋଇଛି । ସେ ୧୯୭୯ ବ୍ଯାଚ୍ ର ଥିଲେ । ଆଇପିଏସ ପାସ ପରେ କର୍ଣ୍ଣାଟକ ବେଲଗାଓଁରେ ଏସ୍ପି ଭାବେ ନିଯୁକ୍ତି ହୋଇଥିଲେ । ପରେ ଓଡିଶାର ମଧ୍ୟ ମୟୁରଭଞ୍ଜ ଏସ୍ପି ଓ ସମ୍ବଲପୁରରେ ଭିଜିଲାନ୍ସ ଏସ୍ପି ଭାବେ ନିଯୁକ୍ତ ଥିଲେ । ୨୦୧୪ ରୁ ୨୦୧୭ ପର୍ଯ୍ୟନ୍ତ କାର୍ଣ୍ଣାଟକ ଡିଜିପି ଭାବେ କାର୍ଯ୍ଯରତ ଥିଲେ । ସେ ପ୍ରଥମ ଓଡ଼ିଆ ଯିଏକି ବେଙ୍ଗାଲୁରୁରେ ଓଡ଼ିଶା କଲଚରାଲ୍ ଆସୋସିଏସନ ଆରମ୍ଭ କରିଥିଲେ ।

ସୂଚନା ମୁତାବକ ୨୦୧୭ରେ DGP ସୁଶାନ୍ତ ମହାପାତ୍ର ଚାକିରିରୁ ଅବସର ନେଇଥିଲେ । ଏବେ ସେ ବେଙ୍ଗାଲୁରୁରେ ପରିବାର ସହ ରହୁଥିଲେ । ଗତ ୬ ମାସ ହେବ ଅସୁସ୍ଥ ଥିବାରୁ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ତିମ ସଂସ୍କାର କରାଯାଇଛି । ରିପୋର୍ଟ ଅନୁଯାୟୀ ପାନାଥୁର ଠାରେ ଅନ୍ତିମ ସଂସ୍କାର କରାଯାଇଛି । ଅନ୍ତିମ ସଂସ୍କାର ସମୟରେ ବେଙ୍ଗାଲୁରୁର ସମସ୍ତ ପୋଲିସ ଅଧିକାରୀ ସମେତ ପରିବାର ବର୍ଗ ଏବଂ ବରିଷ୍ଠ ପ୍ରବାସୀ ଓଡିଆମାନେ ଉପସ୍ଥିତ ଥିଲେ। ଅନ୍ଯପଟେ DGP ସ୍ବର୍ଗତ ସୁଶାନ୍ତ ମହାପାତ୍ରଙ୍କ ଦେହାନ୍ତ ପରେ ବେଙ୍ଗାଲୁରୁ ପ୍ରବାସି ଓଡ଼ିଆଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.