Below header

ଯୁବ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଶ୍ରୀଙ୍କୁ ୩ଘଣ୍ଟା ଧରି ଜେରା କଲା ଜିଆରପି, ବର୍ତ୍ତମାନ ସବୁ ଦିଗକୁ ନେଇ ହେବ ତଦନ୍ତ

ଭୁବନେଶ୍ବର: ଯୁବ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଜାରି ରହିଛି ସସପେନ୍ସ । ତଦନ୍ତ ଯେତିକି ଆଗଉଛି, ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ସୁଇସାଇଡ୍‌ ମିଷ୍ଟ୍ରିରେ ଆଉ ପାଦେ ଆଗେଇଛି ଜିଆରପି । ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା କରିଛି ପୋଲିସ । ଗତକାଲି ସନ୍ଧ୍ୟାରେ ଆଦିତ୍ୟଙ୍କ ଘରେ ପତ୍ନୀ ବିଦ୍ୟାଶ୍ରୀଙ୍କୁ ପଚରାଉଚରା କରିଛି ଜିଆରପି ।

ତାଙ୍କୁ ପାଖାପାଖି ସାଢେ ୩ଘଣ୍ଟା ଜେରା କରାଯାଇଥିବା ସୂଚନା ମିଳିଛି । ଏହା ସହ ଆଦିତ୍ୟଙ୍କ ବାପା ଓ ମାଙ୍କୁ ମଧ୍ୟ ଜେରା କରାଯାଇଛି । କୌଣସି ସିଦ୍ଧାନ୍ତରେ ଉପନୀତ ହୋଇନଥିବା କହିଛନ୍ତି ଜିଆରପି ଡିଏସପି ଚନ୍ଦ୍ରଶେଖର ସାହୁ । ବର୍ତ୍ତମାନ ସବୁ ଦିଗକୁ ନେଇ ତଦନ୍ତ ହେବ ବୋଲି ସେ କହିଛନ୍ତି । ପୁରୁଷୋତ୍ତମ ଏକ୍ସପ୍ରେସ ଧକ୍କାରେ ଆଦିତ୍ୟଙ୍କ ମୃତ୍ୟୁ ହୋଇନଥିବା ଲୋକୋ ପାଇଲଟ୍‌ ସ୍ପଷ୍ଟ କରିବା ପରେ ପୁଣି ଘନେଇଛି ରହସ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.