Below header

ବର୍ତ୍ତମାନ ଦୁର୍ବଳ ରହିଛି ମୌସୁମୀ, ୧୯ ତାରିଖ ପରେ ବଢିପାରେ ବର୍ଷାର ପରିମାଣ !

କେନ୍ଯୁଜ୍: ରାଜ୍ୟରେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ହୋଇଥିଲେ ମଧ୍ୟ ଜୁନ୍ ଓ ଜୁଲାଇ ମାସରେ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷାର ଅଭାବ ପରିସ୍ଥିତି ଦେଖାଦେଇଛି। ଏନେଇ କୃଷିକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ମଧ୍ଯମ ଧରଣର ବର୍ଷା ହେଉଛି। ଅନ୍ଯପଟେ ଆସନ୍ତା ୨ ସପ୍ତାହରେ ମଧ୍ୟ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ମୌସୁମୀ ଦୁର୍ବଳ ରହିବ। ଆଗକୁ ଲଘୁଚାପର ମଧ୍ୟ ସମ୍ଭାବନା ନାହିଁ।

ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶଙ୍କ କହିବାନୁଯାୟୀ, ଏବେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଆସନ୍ତା କିଛି ଦିନ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୧୯ ତାରିଖ ପରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଉପକୂଳ ଅଞ୍ଚଳରେ ଆସନ୍ତା ୨୪ ତାରିଖ ସୁଦ୍ଧା ପ୍ରାୟ ୬୦ରୁ ୭୦ ମିମି ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ ଅଧିକ ବର୍ଷା ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.