ଜଳେଶ୍ୱରର ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସକୁ ନିର୍ମମ ହତ୍ୟା

ଜଳେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ରତନକୁ ହତ୍ୟା । ଜଳେଶ୍ୱରର ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସ ଓରଫ ଜଗାକୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା କୁରୁଣ୍ଟିଆପଦା ନିକଟରେ ହତ୍ୟାକାଣ୍ଡ ଘଟିଛି ।

କେହି ଦୁର୍ବୁତ୍ତ ଅତି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡ଼ିଛି । ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ରତନ ଦାସ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ଅପରାଧୀକ ମାମଲା ଥିଲା । ଡକାୟତି, ରାହାଜାନି, ଚୋରା ବନ୍ଧୁକ ଚାଲାଣ ଭଳି ୭ରୁ ଅଧିକ ମାମଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.