‘ସ୍କୁଲକୁ ହିଜାବ ପିନ୍ଧି ଆସିପାରିବେନି ଛାତ୍ରୀ’: ପିଟିସନ୍‌ ଖାରଜ କଲେ ହାଇକୋର୍ଟ

ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ। ହିଜାବ ବିବାଦ ମାମଲାରେ ହୋଇଥିବା ଆବେଦନକୁ ଆଜି ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଏହି ମାମଲାର ସମସ୍ତ ଆବେଦନ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ। କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି, ହିଜାବ ଧର୍ମର ଏକ ପ୍ରମୁଖ ଅଂଶ ନୁହେଁ ।

କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଋତୁରାଜ ଅବସ୍ତୀ, ଜଷ୍ଟିସ୍‌ କୃଷ୍ଣ ଏସ୍‌ ଦୀକ୍ଷିତ ଓ ଜଷ୍ଟିସ୍‌ ଜେଏମ୍‌ କାଜୀଙ୍କ ବେଞ୍ଚ୍‌ ଉଡ଼ୁପୀର ମୁସ୍‌ଲିମ୍‌ ଛାତ୍ରୀଙ୍କ ପିଟିସନ୍‌ ଉପରେ ଶୁଣାଣି ପାଇଁ ଗଠନ କରାଯାଇଥିଲା। ପିଟିସନ୍‌ରେ ଝିଅମାନେ ଦାବି କରିଥିଲେ ଯେ ସେମାନଙ୍କୁ ସ୍କୁଲରେ ୟୁନିଫର୍ମ ସହ ହିଜାବ ପିନ୍ଧିବାକୁ ବି ଅନୁମତି ଦିଆଯାଉ। କାରଣ ଏହା ତାଙ୍କ ଧାର୍ମିକ ଆସ୍ଥାର ଏକ ଅଂଶ।

କିନ୍ତୁ ଏହି ମାମଲାର ଶୁଣାଣି କରିବା ଅବସରରେ ହାଇକୋର୍ଟ କହିଛନ୍ତି, ହିଜାବ ଧର୍ମର ଏକ ପ୍ରମୁଖ ଅଂଶ ନୁହେଁ। ଏଣୁ ହିଜାବ ପିନ୍ଧିବା ଜରୁରୀ ନୁହେଁ। ସ୍କୁଲ ୟୁନିଫର୍ମ ପିନ୍ଧିବାକୁ କୌଣସି ଛାତ୍ରଛାତ୍ରୀ ମନା କରିପାରିବେନି। ସେମାନେ ସ୍କୁଲକୁ କେବଳ ୟୁନିଫର୍ମ ପିନ୍ଧି ହିଁ ଆସିପାରିବେ। ସ୍କୁଲକୁ କୌଣସି ଛାତ୍ରୀ ହିଜାବ ପିନ୍ଧି ଆସିପାରିବେନି ବୋଲି ଶୁଣାଣିରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଛାତ୍ରଛାତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.