Below header

ରୁଷ ‘ଇନଷ୍ଟାଗ୍ରାମ’ ଉପରେ ଲଗାଇଲା ପ୍ରତିବନ୍ଧକ; ଏବେ ୮ କୋଟି ୟୁଜର୍ସ କରି ପାରିବେ ନାହିଁ ଆକ୍ସେସ୍‌!

ରୁଷ ‘ଇନଷ୍ଟାଗ୍ରାମ’ ଉପରେ ପ୍ରତିବନ୍ଧକ ଲଗାଇଛି। ଫଟୋ-ଭିଡିଓ ସେୟାରିଂ ଆପ୍‌ ଇନ୍‌ଷ୍ଟାଗ୍ରାମକୁ ଦେଶରେ ପାଖାପାଖି ୮ କୋଟି ୟୁଜର୍ସଙ୍କ ପାଇଁ ବ୍ଲକ୍‌ କରି ଦିଆଯାଇଛି। ରୁଷ ଏହି ନିଷ୍ପତ୍ତି ଏମିତି ସମୟରେ ନେଇଛି, ଯେତେ ବେଳେ କି, ଇନ୍‌ଷ୍ଟାଗ୍ରାମର ମୂଳ କମ୍ପାନୀ ‘ମେଟା’ କିଛି ଦେଶରେ ଫେସ୍‌ବୁକ ଓ ଇନ୍‌ଷ୍ଟାଗ୍ରାମ ଉପରେ ରୁଷ ସୈନ୍ୟ ଏବଂ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କ ବିରୋଧରେ ହିଂସାତ୍ମକ ପୋଷ୍ଟକୁ ଅନୁମତି ଦେଇଥିଲା।

ଏକ ରିପୋର୍ଟ ମୁତାବକ, ଦେଶର ଅଧିକାଂଶ ଜନତା ସୋସିଆଲ ମିଡିଆ ପ୍ଲାଟଫର୍ମ ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହାନ୍ତି। ଇନଷ୍ଟାଗ୍ରାମରେ ରୁଷୀୟ ଇନ୍‌ଫ୍ଲୁଏନ୍ସର୍ସ ଏବେ ନିଜ ଫଲୋୟର୍ସଙ୍କୁ ବିଦାୟୀ ମେସେଜ ପୋଷ୍ଟ କରୁଛନ୍ତି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେମାନଙ୍କୁ ଫଲୋ କିମ୍ବା ପ୍ରତିବନ୍ଧକକୁ ବାଇପାସ୍‌ କରିବା ପାଇଁ VPN (virtual private network) ସଫ୍ଟେଓ୍ଵର ଡାଉନଲୋଡ୍‌ କରିବାକୁ କହୁଛନ୍ତି।

ରିପୋର୍ଟ ଅନୁସାରେ, ଇନଷ୍ଟାଗ୍ରାମ ରୁଷୀୟ ମାନଙ୍କୁ ଯୁଦ୍ଧ ବିରୋଧରେ ସ୍ୱର ଉଠାଇବାକୁ ଏକ ମଞ୍ଚ ପ୍ରଦାନ କରିଛି, ଯେଉଁଥିରେ ଧନଶାଳୀ ପରିବାର ସାମିଲ ଅଛନ୍ତି। ଗତ ସପ୍ତାହରେ ରୁଷ ସରକାରଙ୍କ ସଞ୍ଚାର ଏଜେନ୍ସି ଘୋଷଣା କରି ଥିଲା ଯେ ଏହା ୧୪ ମାର୍ଚ୍ଚରୁ ରୁଷରେ ଇନଷ୍ଟାଗ୍ରାମକୁ ବ୍ଲକ କରି ଦେବ। ତେବେ ରୁଷ ଅଭିଯୋଗ କରିଛି ଯେ ରୁଷୀୟ ସୈନିକଙ୍କ ବିରୋଧରେ ହିଂସାକୁ ବଢ଼ାଇବା ପାଇଁ ଇନ୍‌ଷ୍ଟାଗ୍ରାମ ବ୍ୟବହାର କରାଯାଉଛି। ତେଣୁ ଏହା ତାକୁ ବ୍ଲକ କରି ଦେଇଛି।

ଇନଷ୍ଟାଗ୍ରାମ ପ୍ରମୁଖ ଏଡମ୍‌ ମୋସେରୀ କହିଛନ୍ତି, ରୁଷରେ ଇନଷ୍ଟାଗ୍ରାମରେ ୮୦ ପ୍ରତିଶତରୁ ଅଧିକ ଲୋକ ରୁଷ ବାହାରୁ ଆକାଉଣ୍ଟ ଫଲୋ କରନ୍ତି। ସେ ଏକ ଭିଡିଓ ବାର୍ତ୍ତାରେ କହିଥିଲେ ଯେ ‘ସ୍ଥିତି ଭୟାବହ ରହିଛି। ଆମେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସବୁ ସମ୍ଭବ ପ୍ରୟାସ କରୁଛୁ। ଆମେ ୟୁକ୍ରେନ ଏବଂ ରୁଷରେ ସମସ୍ତଙ୍କ ପାଇଁ ଏନ୍‌କ୍ରିପ୍ଟେଡ୍‌ ଚାଟ୍‌ ଉପଲବ୍ଧ କରାଇଛୁ। ଆମେ ଏହି କ୍ଷେତ୍ରରେ ସମସ୍ତଙ୍କୁ ନିଜ ଆକାଉଣ୍ଟକୁ ବ୍ୟକ୍ତିଗତ ରଖିବାକୁ ପ୍ରୋତ୍ସାହିତ କରୁଛୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.