ବଡ଼ ଭାଇ ଉପରେ ଟ୍ରକ ଚଢାଇ ହତ୍ୟା କଲା ସାନ ଭାଇ

ଯାଜପୁର(କେନ୍ୟୁଜ): ଯୁବକଙ୍କ ଉପରେ ଗାଡି ଚଢାଇ ହତ୍ୟା ଅଭିଯୋଗ । ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ଜମି ବାଡି ବିବାଦକୁ କେନ୍ଦ୍ର କରି ସଂପର୍କୀୟ ସାନଭାଇ ବଡଭାଇ ଉପରେ ଟ୍ରକ ଚଢାଇ ହତ୍ୟା କରିଥିବା ଭଳି ସଂଗୀନ ଅଭିଯୋଗ ଆସିଛି । ମୃତ ଯୁବକ ହେଲେ ବାଲିସାହି ଗ୍ରାମର ରଥ ମଲିକଙ୍କ ପୁଅ ଅକ୍ଷୟ ମଲିକ । ଗତକାଲି ରାତିରେ ମୃତ ଅକ୍ଷୟଙ୍କ ବଡବାପା ପୁଅ ଭାଇ ସୁଶାନ୍ତ ମଲିକ ଓରଫ ଅଜୟ ପ୍ରଚୁର ମଦ୍ୟପାନ କରି ଗାଲିଗୁଲଜ କରିବାରୁ ଅକ୍ଷୟ ଘରୁ ପଦାକୁ ବାହାରିଥିଲେ । ଏହି ସମୟରେ ସୁଶାନ୍ତ ଚଢାଉଥିବା ଏକ ଡମ୍ପରକୁ ତାଙ୍କ ଉପରେ ଚଢାଇ ଦେଇଥିଲେ ।

ଅକ୍ଷୟଙ୍କୁ ଗୁରୁତର ଅବସ୍ଥାରେ ପରିବାରଲୋକେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ ଅକ୍ଷୟଙ୍କ ପରିବାର ପକ୍ଷରୁ ଆଜି ଜେନାପୁର ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସୁଶାନ୍ତ ମଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.